Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରବେଶ ନିଷେଧ: ଜୋର୍‌ ଜବରଦସ୍ତ ପଶିଲେ ବନ୍ଧା ହେବେ

1 min read

କୋରାପୁଟଜିଲ୍ଲା (ସଖପ୍ର) : ସରକାରୀ ସ୍କୁଲରେ ପାଠପଢ଼ା ଠିକ୍‌ ଭାବେ ହେଉନି, ପଞ୍ଚମ ଶ୍ରେଣୀ ପିଲାଙ୍କୁ ଦ୍ବିତୀୟ ଶ୍ରେଣୀ ପାଠ ଆସୁନି, ଶିକ୍ଷକ ଆସୁନାହାନ୍ତି, ମଧ୍ୟାହ୍ନ ଭୋଜନରେ ପୋକରା ଡାଲି ଓ ସଢ଼ା ଅଣ୍ଡା ଦିଆଯାଉଛି। ଏହିଭଳି ଭାବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସରକାରୀ ସ୍କୁଲର ଗୁମର ଫିଟାଇବା ପରେ ଗଣଶିକ୍ଷା‌ ବିଭାଗ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ର‌େବଶ ଉପରେ ରୋକ୍‌ ଲଗାଇଛି। କେବଳ ଏତିକି ନୁହେଁ, ଯଦି କେହି ବାରଣ ସତ୍ତ୍ବେ କ୍ୟାମେରା, ବୁମ୍‌ ଧରି ସ୍କୁଲକୁ ଯିବେ ତେବେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏଫ୍‌ଆଇଆର୍‌ ଦେବାକୁ କୁହାଯାଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀମାନେ (ଡିଇଓ) ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଚିଠି କରିବା ପରେ ବିଇଓମାନେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ କହିଛନ୍ତି। ଡିଇଓମାନେ ବିଇଓଙ୍କୁ ଚିଠି କରି କହିଛନ୍ତି, ‘ଦେଖିବାକୁ ମିଳୁଛି; କିଛି ଲୋକ କ୍ୟାମେରା ନେଇ ସ୍କୁଲରେ ପ୍ରବେଶ କରିବା ସହ ଛାତ୍ରଛାତ୍ରୀ/ଶିକ୍ଷକମାନଙ୍କୁ ଅପମାନ କରିବା ଭଳି ପ୍ରଶ୍ନ କରୁଛନ୍ତି। କିଛି ଟିଭି ଚ୍ୟାନେଲ ଏହି ଭିଡିଓକୁ ପ୍ରସାରଣ କରୁଛନ୍ତି। ସ୍କୁଲ ପରିସରରେ ଏହିଭଳି କାର୍ଯ୍ୟ ଅନୁମୋଦିତ ନୁହେଁ। ଏହା ମଧ୍ୟ ଅନୈତିକ। ତେଣୁ ସ୍କୁଲ ପ୍ରଧାନଶିକ୍ଷକମାନେ ସ୍କୁଲ କି ଶ୍ରେଣୀଗୃହକୁ ଏହିଭଳି ଅନଧିକୃତ ପ୍ରବେଶକୁ ଅନୁମତି ଦେବେନି। ଯଦି କେହି ସ୍କୁଲ ଭିତରକୁ ମନ୍ଦ ଉଦ୍ଦେଶ୍ୟ ନେଇ ପ୍ରବେଶ କରୁଛନ୍ତି ଏବଂ ଏହିଭଳି କାର୍ଯ୍ୟ କରୁଛନ୍ତି ତେବେ ସ୍କୁଲର ପ୍ରଧାନଶିକ୍ଷକ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଡାକି ଥାନାରେ ମାନବାଧିକାର ଉଲ୍ଲଂଘନ ନେଇ ଏଫ୍‌ଆଇଆର୍‌ ଦେବେ।’ ଏନେଇ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବାକୁ ବିଇଓମାନଙ୍କୁ କୁହାଯାଇଛି। ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ, ତେଣୂ ସେମାନଙ୍କ ଶିକ୍ଷା ଅଧିକାର ଯେପରି କ୍ଷୁର୍ଣ୍ଣ ନ ହୁଏ ସେଥିପ୍ରତି ଧ୍ୟାନ ଦେଇ ଗଣମାଧ୍ୟମ ପ୍ରତିନିଧିମାନେ ମାନେ ଖବର ପରିବେଷଣ କରୁଥିଲେ କିନ୍ତୁ ସ୍କୁଲରେ ହେଉଥିବା ଦୁର୍ନୀତିକୁ ଲଗାମଛଡା କରି କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ବିପଦମୁଖି କରିବାଭଳି ଚେଷ୍ଟାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସବୁବର୍ଗ ଖବର

2 thoughts on “ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରବେଶ ନିଷେଧ: ଜୋର୍‌ ଜବରଦସ୍ତ ପଶିଲେ ବନ୍ଧା ହେବେ

  1. I was very happy to find this website. I want to to thank you for ones time due to this fantastic read!! I definitely loved every part of it and i also have you book-marked to check out new stuff on your site.

Leave a Reply

Your email address will not be published. Required fields are marked *