Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସରକାରୀ ଉଚ୍ଚ ବିଦ୍ୟାଳୟରେ ଏସ ଇ ବି ସି ତାଲିମ ଶିବିର ଅନୁଷ୍ଠିତ

1 min read

ବାଲେଶ୍ଵର,୧୬/୪- ଓଡିଶା ସରକାରଙ୍କ ପଛୁଆବର୍ଗ କମିଶନଙ୍କ ତରଫରୁ SEBC ପରିବାର ମାନଙ୍କର ଅର୍ଥନୈତିକ ଅବସ୍ଥା ବିଷୟରେ ଜାଣିବା ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜିଠାରୁ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବ୍ଲକ ଲେଭେଲ ମାଷ୍ଟର ଟ୍ରେନର(BLMT) ତ୍ରୀଦିବ ସୁନ୍ଦର ବରାଳ,ଶୁଭଶ୍ରୀ ସ,ତୃପ୍ତିଲତା ମାଝୀ ଓ ପ୍ରସନ୍ନ କୁମାର ପୁହାଣ ଏନୁମରେଟର ଓ ସୁପର ଭାଇଜର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ବ୍ଲକ ନୋଡାଲ ଅଫିସର ଭାବେ ଶକ୍ତି ପ୍ରସାଦ ପାଇକରାୟ(ABDO) ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ଖଇରା ବ୍ଲକରେ ୮୬ଟି ବିଦ୍ଯାଳୟକୁ ସର୍ଭେ ସେଣ୍ଟର ଭାବେ ମନୋନୀତ କରାଯାଇଛି ।

ଆଜିକାର ଟ୍ରେନିଂରେ ମୋଟ ୯୯ଜଣ ଅଙ୍ଗନବାଡି କର୍ମୀ(AWW) ଙ୍କୁ ଏନୁମରେଟର ଭାବେ ଏବଂ ୯ଜଣଙ୍କୁ ସୁପରଭାଇଜର ଭାବରେ ତାଲିମ ପ୍ରଦାନ କରାଯାଇଥିଲା । ଉକ୍ତ ତାଲିମ ପ୍ରୋଗ୍ରାମ ଆଜି ସକାଳ ୧୦ ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ଘ୪.୩୦ମି.ରେ ଶେଷ ହୋଇଥିଲା । ଆସନ୍ତାକାଲି(୧୭/୪/୨୧) ମଧ୍ୟ ସକାଳ ୧୦ ଘଟିକାରେ ଆରମ୍ଭ ହୋଇ ଅପରାହ୍ନ ଘ୪.୩୦ମିରେ ଶେଷ ହେବ ବୋଲି ତାଲିମ ପ୍ରଦାନ କାରୀଙ୍କ ଠାରୁ ସୂଚନା ମିଳିଛି । ଏଥିସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ କେନ୍ଦ୍ରରେ ସମାନ ସମୟରେ ଆରମ୍ଭ ହୋଇ ସମାନ ସମୟରେ ଶେଷ ହୋଇଥିବାର ରିପୋର୍ଟ ସଂଗ୍ରହରୁ ଜଣାପଡିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *