Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

“ସବୁବର୍ଗ ଖବର” ସମ୍ବାଦପତ୍ରର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

1 min read

କୋରାପୁଟଜିଲ୍ଲା/ଜୟପୁର ୨୬/୧୨ (ସଖପ୍ର): ଆଜି “ସବୁବର୍ଗ ଖବର” ପାକ୍ଷିକ ସମ୍ବାଦପତ୍ରର ତୃତୀୟ ବାର୍ଷିକ ଉତ୍ସବ ଜୟପୁର ପାରାବେଡାସ୍ଥିତ ଋତୁରାଜ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଛି। ସମ୍ବାଦପତ୍ରର ସଂପାଦକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ସୁତାରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ପ୍ରମେୟ ସମ୍ବାଦପତ୍ରର ଉପପ୍ରବନ୍ଧକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥିଭାବେ ସକାଳ ସମ୍ବାଦପତ୍ରର ଆଞ୍ଚଳିକ ମୁଖ୍ୟ ଶ୍ରୀଯୁକ୍ତ ରାକେଶ କୁମାର ପାଢୀ, ସାହିତ୍ୟ ଏକାଡେମୀର ସଦସ୍ୟ ଲକ୍ଷ୍ମୀକାନ୍ତ ପାଢୀ, ଓୟୁଜେର କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ରାଜେନ୍ଦ୍ର କୁମାର ଗୌଡ, ବରିଷ୍ଠ ଆଇନଜୀବୀ ବାଲା ରାୟ ଯୋଗଦେଇଥିବାବେଳେ, ଶିକ୍ଷକ ଓ ସାହିତ୍ୟିକ ଯଜ୍ଞେଶ୍ୱର ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆଜିର ଦିନରେ ଖବରକାଗଜ ଚଳାଇବା ବହୁତ କଷ୍ଟକର, ମାତୃଭାଷାକୁ ବଞ୍ଚାଇ ରଖିବାର ଏକ ବଳିଷ୍ଠ ମାଧ୍ୟମ ହେଉଛି ମୁଦ୍ରିତ ଗଣମାଧ୍ୟମ। ଆଜିର ଆଧୁନିକତାର ସ୍ପର୍ଶରେ ଖବରକାଗଜ ପାଠକ ସଂଖ୍ୟା କମିବାରେ ଲାଗିଛି, ଫଳରେ ଯୁବପିଢିଙ୍କର ମାତୃଭାଷା ପ୍ରତି ଆଗ୍ରହ କମିବାରେ ଲାଗିଛି। ଆନ୍ଧ୍ରପ୍ରଦେଶର ମାତୃଭାଷା ତେଲୁଗୁରେ ପ୍ରକାଶିତ ଖବରକାଗଜର ପାଠକ ସଂଖ୍ୟା ଅଧିକ ଅର୍ଥାତ ସମସ୍ତେ ପ୍ରାୟ ଖବରକାଗଜ କିଣି ପଢନ୍ତି। ଓଡିଶାର ମାତୃଭାଷା ଓଡିଆରେ ପ୍ରକାଶିତ ଖବରକାଗଜର ପାଠକ ସଂଖ୍ୟା ଅନ୍ୟରାଜ୍ୟ ତୁଳନାରେ ବହୁତ କମ୍। ତେଣୂ ଆମେ ସମସ୍ତେ ମାତୃଭାଷାକୁ ଭଲ ପାଇବା ଓ ମାତୃଭାଷାରେ ପ୍ରକାଶିତ ଖବରକାଗଜର ପାଠକ ହୋଇ ମାତୃଭାଷାକୁ ଆଗାମୀ ପିଢୀଙ୍କ ପାଇଁ ବଞ୍ଚାଇ ରଖିପାରିବା ବୋଲି ଅତିଥି ମାନେ ବକ୍ତବ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କବି କୃଷ୍ଣଚନ୍ଦ୍ର ହୋତା, ନୀଳମାଧବ ରଥ, ଦେବେନ୍ଦ୍ର ବାହିନୀପତି, ପୀତବାସ ବିଶ୍ବାଳ, ସନ୍ତୋଷ ସାହୁ, ଗଜେନ୍ଦ୍ର ସାହୁ, ସନ୍ତୋଷ ପାତ୍ର, ପବିତ୍ର ମୋହନ ସେଠୀ, ମଞ୍ଜିତ ସିଂ, ଶ୍ରୀନିବାସ ରାଓଙ୍କ ସହ ଅନେକ ସାମ୍ବାଦିକ ଓ କବି, କବୟତ୍ରୀ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ଉତ୍ସବ ପାଳନ ହୋଇଥବାବେଳେ ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ହୋଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *