Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚୋରି କରୁଥିବା ମୋବାଇଲ ଚୋରକୁ ଧରିଲା କୋରାପୁଟ ଟାଉନ ପୋଲିସ

1 min read

କୋରାପୁଟ(ସଖପ୍ର): ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚୋରି କରୁଥିବା ମୋବାଇଲ ଚୋରକୁ ଧରିଲା କୋରାପୁଟ ପୋଲିସ । ପୋଲିସ ଚୋର ସହିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ ପୋଲିସ । ସେମାନଙ୍କ ନିକଟରୁ ୧୮ଟି ମୋବାଇଲ ଜବତ କରାଯାଇଛି । ଗିରଫ ତିନି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁଯାୟୀ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ହସ୍ପିଟାଲରେ ଗତ ଦୁଇ ତିନି ମାସ ଧରି ରୋଗୀଙ୍କ ଶଯ୍ୟା ନିକଟରୁ ମୋବାଇଲ ଫୋନ ଚୋରି ହେଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । କୋରାପୁଟ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଦଶମନ୍ତପୁର ଅଞ୍ଚଳର ବେଣୀ ଖୋସଲା ନାମକ ବ୍ୟକ୍ତି ମେଡିକାଲ କଲେଜ ନିକଟରେ ଏକ ଚାଉମିନ ଦୋକାନ କରିଥିଲା ଓ ରାତିରେ ହସ୍ପିଟାଲର ଷ୍ଟାଣ୍ଡରେ ବିଶ୍ରାମ ନେଉଥିଲା । ରାତି ହେଲେ ହସ୍ପିଟାଲର ଦୁଇଜଣ ସିକ୍ୟୁରୀଟି ଗାର୍ଡଙ୍କୁ ହାତ କରି ରୋଗୀ ଶୋଇଥିବା ଅବସରରେ ତାଙ୍କ ପାଖରୁ ମୋବାଇଲ ଗୁଡିକୁ ଚୋରି କରିନେଉଥିଲା । ଏହି ଭଳି ସେ ମୋଟ ୧୮ ଟି ମୋବାଇଲ ଚୋରି କରିଥିଲା ଏବଂ ତାକୁ ବାହାରେ ବିକ୍ରୟ କରୁଥିଲା । ସିକ୍ୟୁରିଟି ଗାର୍ଡ ଦ୍ବୟ ସେ ସମୟରେ ସିସିଟିଭିକୁ ବନ୍ଦ କରିବା ଭଳି ଅମାନୁସିକ କାର୍ଯ୍ୟ କରି ତାକୁ ଚୋରି କରିବାରେ ସହଯୋଗ କରୁଥିଲେ । ତେବେ ଅନେକ ବାର ଅଭିଯୋଗ ପାଇବା ପରେ ପୋଲିସ ଏହାର ତଦନ୍ତ କରିଥିଲା । ଆଜି କିନ୍ତୁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ସେ ବିକ୍ରି କରିଦେଇଥିବା ୧୮ ଟି ମୋବାଇଲ ଫୋନକୁ ଫେରାଇ ଆଣିଛି । ଉପଯୁକ୍ତ ପ୍ରମାଣ ମିଳିଲା ପରେ ଫୋନର ମାଲିକ ମାନଙ୍କୁ ସେ ସବୁକୁ ଫେରାଇଦିଆଯିବ ବୋଲି କୋରାପୁଟ ଟାଉନ ଥାନା ଅଧିକାରୀ ଧିରେନ ପଟ୍ଟନାୟକ କହିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *