Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜ୍ୟରେ ଖୋଲାଯିବ ଆଉ ୩୬ଗୋଟି ନୂଆ ପୁଲିସ ଥାନା

1 min read

ଭୁବନେଶ୍ୱର(ସଖପ୍ର): ରାଜ୍ୟରେ ଖୋଲାଯିବ ଆଉ ୩୬ ନୂଆ ପୁଲିସ ଥାନା। ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ପରିଚାଳନା ନିମନ୍ତେ ୫୬୩ ନୂଆ ପଦବୀ ସୃଷ୍ଟି କରାଯାଇଛି। ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୁଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ୟ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାବରେ ଖୋଲୁଥିବା ଏହି ନୂଆ ଥାନା ଗୁଡିକ ହେଲା – ଅନୁଗୁଳର ବଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ବରର ଗୋପାଳପୁର ଓ ଅନନ୍ତପୁର, ବରଗଡର ବରଗଡ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର, ବଉଦର ଘଣ୍ଟାପଡା, ଭୁବନେଶ୍ବର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବର, ଦେବଗଡର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର, ଝାରସୁଗୁଡାର ଏୟାରପୋର୍ଟ ପୁଲିସ ଷ୍ଟେସନ, କଳାହାଣ୍ଡିର କରଲାପାଟ, କଲାମପୁର, କେନ୍ଦ୍ରାପଡାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୁରଭଞ୍ଜର ଭଞ୍ଜପୁର, ନଗରଂଗପୁର ମଇଦଲପୁର, ପୁରୀର ଚାରିଛକ, ରାୟଗଡାର ରାମନାଗୁଡା, ସମ୍ବଲପୁରର ବରେଇପାଲି ଏବଂ ସୁବର୍ଣ୍ଣପୁରର ଲଚ୍ଛିପୁର ଥାନା ।ଏ ସମସ୍ତ ନୂଆ ଥାନାଗୁଡିକ ବର୍ତ୍ତମାନ ଥିବା ଥାନାର ବିଭକ୍ତୀକରଣ କରାଯାଇ ସୃଷ୍ଟି କରାଯାଇଛି । ଏହି ନୂତନ ଥାନା ଗୁଡିକ ନିମନ୍ତେ ଇନ୍ସପେକ୍ଟର  ଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ୫୬୩ଟି ନୁଆ ପଦବୀ ସୃଷ୍ଟି କରାଯାଇଛି।  ଏହି ନୁଆ ୩୬ଟି ଥାନା ପ୍ରତିଷ୍ଠା ହେଵା ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ପୁଲିସ ସେବା ଯୋଗାଇ ଦେବା ଦିଗରେ ଓଡିଶା ପୁଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *