Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜଧାନୀରେ ଘର ଘର ବୁଲି ଟେଷ୍ଟିଙ୍ଗ କରିବ ମୋବାଇଲ ଭ୍ୟାନ

1 min read

ଭୁବନେଶ୍ୱର(ସଖପ୍ର): ବିଏମସି ପକ୍ଷରୁ ନିଆରା ପ୍ରୟାସ । ରାଜଧାନୀରେ ଘର ଘର ବୁଲି ଟେଷ୍ଟିଂ କରିବ ମୋବାଇଲ ଭ୍ୟାନ । ବୟସ୍କ ଲୋକ ଘରୁ ନ ଆସି ପାରିଲେ ତାଙ୍କ ପାଖକୁ ଯାଇ ଟେଷ୍ଟିଂ ପାଇଁ ଅଣାଯିବ ସ୍ୱାବ୍‌। ରାଜଧାନୀର ତିନୋଟି ଜୋନରେ 3ଟି ଭ୍ୟାନ ରହିବ । ବୟସ୍କ ଲୋକଙ୍କ ଘରୁ କୋଭିଡ ଟେଷ୍ଟିଂ ପାଇଁ ଆସି ନ ପାରିଲେ ତାଙ୍କ ପାଖରେ ପହଂଚିବ ଭ୍ୟାନ । ବର୍ତ୍ତମାନ ଦିନକୁ ପାଖାପାଖି 30ଟି ଘର କଭର କରୁଛି ଏହି ଭ୍ୟାନ। ଘରେ ଘରେ ବୁଲୁଥିବା RRT ଟିମ ଓ ଲୋକେ ଖବର ଦେଲା ପରେ ବିଏମସିରେ ଗୋଟିଏ ଦିନପୂର୍ବରୁ ଲିଷ୍ଟ ହେଉଛି। ସେହି ହିସାବରେ ମୋବାଇଲ ଭ୍ୟାନ ଘର ଘର ବୁଲି ସ୍ୱାବ ସଂଗ୍ରହ କରୁଛି। ଏହା ଦ୍ବାରା ଲୋକମାନଙ୍କ ବହୁତ ସୁବିଧା ହେବ ବୋଲି ମତ ପ୍ରକାଶ ପାଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *