Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଯୁବ ସ୍ବାଭିମାନ ମଞ୍ଚର ତୃତୀୟ ବାର୍ଷିକ ମହୋତ୍ସବ ଉଦଘାଟିତ

1 min read

ବାଲେଶ୍ଵର,୧୯/୧୦–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଗଣ୍ଡିବେଡ଼ ବଜାରରେ ଥିବା ବାବା ଲଙ୍କେଶ୍ୱର ମନ୍ଦିର ପରିସରରେ ଯୁବ ସ୍ୱାଭିମାନ ମଂଚର ତୃତୀୟ ବାର୍ଷିକ ମୋହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବ ଅକ୍ଟୋବର ମାସ ୧ ତାରିଖ ଓ ଦୁଇ ତାରିଖ ଦିନ ମଧ୍ୟ ପାଳନ କରାଯାଇଥିଲା । ୧ ତାରିଖ ଦିନ କମଳା ଅର୍ଜୁନ ଜୁନିଅର କଲେଜରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ,୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଗଣ୍ଡିବେଡ଼ ବଜାର ସଫେଇ ଓ ପ୍ଲାଷ୍ଟିକ ମୁକ୍ତ ସାଇକେଲ ରାଲି କରା ଯାଇଥିଲା, ଆଜି ସନ୍ଧ୍ୟା ରେ କମିଟିର ସଭାପତି କୈଳାସ ଚନ୍ଦ୍ର ସାହୁ , ସମ୍ପାଦକ ଲାଷ୍ମୀକାନ୍ତ ସଂଖୁଆ , ସଂଯୋଜକ ସୁଶାନ୍ତ କୁମାର ମହାପାତ୍ର , କୋଷାଧ୍ୟକ୍ଷ ଗୌତମ ପାତ୍ର ପ୍ରଦୀପ ପ୍ରଜ୍ବଳନ ଉତ୍ସବକୁ ଉଦଘାଟନ କରିଥିଲେ । ଓଡିଶା ସଂସ୍କୃତି ବିଭାଗ ତରଫରୁ ଆସିଥିବା ରୁଜ ଟ୍ରି ଦ୍ୱାରା ପ୍ରଥମେ ନୃତ୍ୟ ପରିବେଷଣ କରିଥିଲେ । ଗଣ୍ଡିବେଡ଼ ଅଂଚଳର ପ୍ରତିଭା ଅମିତା ପ୍ରିୟଦର୍ଶନୀ ପୁହାଣ ମୁ ଲାଜରେ ଚାହିଁ ପାରୁନି ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ସେହିଭଳି ଆଉ ଜଣେ ପ୍ରତିଭା ଜୋତିର୍ମୟ ପରିଡ଼ା ଦେବ ଦାସୀର ସିନ୍ଦୁର ଗୀତରେ ନୃତ୍ୟ ପରିବେଷଣ କରିଥିଲେ , ତାପରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ବଲାଂଗିରିରୁ ଆସିଥିବା ଢୁଲ୍ ମହୁରୀ ତରଫରୁ ଡାଲଖାଇ ଗୀତରେ ନୃତ୍ୟ ପ୍ରଦର୍ଶ କରିଥିଲେ । ଏହି ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବ ଵୋଲି ମଞ୍ଚର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।

ରିପୋର୍ଟ–ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *