Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଶୁଭ ଉଦଘାଟନ ସମାରୋହ

1 min read

ମାଲକାନଗିରି(ସଖପ୍ର):ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଶୁଭ ଉଦଘାଟନ ସମାରୋହ ଶେଷ ହୋଇସାରିଛି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ମାଲକାନଗିରି ପଯ୍ୟବେକ୍ଷକ, ମାନ୍ୟବର ବିଧାୟକ କଟକ ସଦର ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ରିବନ କାଟି ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ସଭାପତି ତଥା ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା, ପୂର୍ବତନ ବିଧାୟକ ତଥା ଏସ୍ ଡି ସି ଚେୟାରମ୍ୟାନ ଶ୍ରୀ ମାନସ ମାଡକାମୀ,ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଶ୍ରୀ ଦୁର୍ଗା ପ୍ରାସଦ ତ୍ରିପାଠୀ, ଉପଦେଷ୍ଠା ଶ୍ରୀ ରାଜେନ୍ଦ୍ର ପଣ୍ଡା, ଓକିଲ ସଂଘ ସଭାପତି ଶ୍ରୀ ପ୍ରଭାକର ପ୍ରଧାନ, ଜିଲ୍ଲା ସାଂଗଠନିକ ସମ୍ପାଦକ ଶ୍ରୀ ନୃସିଂହ ଚରଣ ମହାନ୍ତି, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଆଡମା ରାବା, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ଶ୍ରୀ ତାପସ ରଞ୍ଜନ ନାୟକ, ଯୁବ ନେତା ବଂଶୀ ମୁଦୁଲି, ମହେଶ ବାକା, ଜସେପ ଜେମ୍ସ, ବିଜୟ ବୁରୁଦା, ଶିବ ତ୍ରିପାଠୀ, କଣ୍ଟେଶ୍ୱର ପଟଲା, ମନୋଜ ପଟନାୟକ, ସୁନିଲ ସାହୁ, ବିନୋଦ ଦେଶୀଆନାୟକ, ରାଜୀବ ଲୋଚନ୍ ଶୀଶା,ଏ. ରାଜୁ ରାଓ, ଇନ୍ଦ୍ରଜିତ ରଥ,ସତ୍ୟଜୀତ ଗୌଡ଼, ଗୌରବ ସଗୋଡ଼ିଆ, ମୁସ୍କାନ ଦେବନାଥ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ସ୍ତରୀୟ ବରିଷ୍ଠ ସିପିଆଇ ନେତା ଶ୍ରୀ ବ୍ରଜ ମାଝି ଦଳରେ ସାମିଲ ହୋଇଥିଲେ |

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *