Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରିକୁ ହରାଇ,ରାୟପୁର ଓ ଖୋର୍ଦ୍ଧାକୁ ହରାଇ ବେଲପାହାଡ ବିଜୟୀ

1 min read

ରାୟଗଡାଜ଼ିଲ୍ଲା: (ପ୍ରତିନିଧି ଅମୁଲ୍ୟ ନିଶଙ୍କ)
ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ପୂର୍ବତନ ଲୋକସଭା ସାଂସଦ ଝିନ୍ନ ହିକକା ଖେଳାଳୀଙ୍କୁ କଲେ ଉତ୍ସାହିତ। ରେଳବାଇ ପଡିଆ ଠାରେ ଆଦିବାସୀ କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ହେଉଥିବା ଅଲ ଇଣ୍ଡିଆ ଡିଉଜ ବଲ ନକ ଆଉଟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଂଟ ରାୟଗଡା କପ -୨୦୧୯ର ପଂଚମ ଦିନରେ ରାୟପୁର ଓ ମାଲକାନଗିରି ଟିମ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଖେଳକୁ ଉପଭୋଗ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ମାଲକାନଗିରି ପ୍ରଥମେ ବେଟିଂ କରି ୩ୱିକେଟ ହରାଇ ୧୦୫ ରନ ସଂଗ୍ରହ କରିଥିଲେ । ତେବେ ରାୟପୁର ଟିମ ଏହି ରନକୁ ପିଛା କରି ୬ୱିକେଟ ହରାଇ ବିଜୟି ହୋଇଥିଲା । ସେହିପରି ଦ୍ବିତୀୟ ମ୍ୟାଚ ବେଲପାହାଡ ଓ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବେଲପାହାଡ ଟିମ ବିଜୟି ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କୋରାପୁଟ ଲୋକସଭା ପୂର୍ବତନ ସାଂସଦ ଝିନ୍ନ ହିକକା ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଂଟକୁ ଆଦିବାସୀ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ କାଶି ନାଇଡୁ , ସଭାପତି ଅାପୁଲୁ ସ୍ଵାମୀ କାଡ୍ରକା, ଚକ୍ରବିଡିକା,ପ୍ରତାପ ପୁଆଲା,ମଧାରାଓ ବିଡିକା, ତାମାରାଓ ବିଡିକା ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲା ଓ ଅନ୍ୟାନ୍ୟ ସଭ୍ୟଗଣ ଉପସ୍ଥିତ ରହିଥିଲେ ।

ଏହି ଟୁର୍ଣ୍ଣାମେଂଟରେ ରାଜ୍ୟ ଓ ରାଜ୍ୟ ବାହାରରୁ ୧୬ ଗୋଟି କ୍ରିକେଟ ଟିମ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନ ସମ୍ବଲପୁର ଓ ବିଶାଖାପାଟଣା ଟିମ ସହିତ ମ୍ୟାଚ ଖେଳା ଯାଇଥିବା ବେଳେ ବିଶାଖାପାଟଣା ଦଳ ଜିତି ଥିଲା ଓ ରେଳବାଇ ଟିମ ସହ ୱାଲଟିୟର ଟିମ ମ୍ୟାଚରେ ୱାଲଟିୟର ଦଳ ଜିତି ଥିଲା । ସେହିପରି ରାୟଗଡା ପୋଲିସ ଦଳ ସହ ରେଳବାଇ ଦଳ ଖେଳିଥିବା ବେଳେ ରେଳବାଇ ଦଳ ଜିତିଥିଲା। ପୁଲ ଏ କ୍ୱାଟର ଫାଇନାଲରେ ବିଶାଖାପାଟଣା ଦଳ ସହ ରେଳବାଇ ଦଳ ଖେଳିଥିବା ବେଳେ ବିଶାଖାପାଟଣାମ୍ ଦଳ ବିଜୟ ହୋଇଛି । ଆସନ୍ତା ୧୫ ତାରିଖ ରବିବାର ଦିନ ଟୁର୍ଣ୍ଣାମେଂଟର ଉଦଯାପନୀ ଦିବସରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ବିଜୟୀ ଦଳକୁ ୫୦ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *