Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାନବିକତା ଦେଖାଇଲେ ମାନସ ମାଡକାମୀ…

1 min read


ମାଲକାନଗିରି (ସଖପ୍ର): ମାଲକାନଗିରି ମୁଖ୍ୟ ରାସ୍ତା ୩୨୬ ନମ୍ବର ଜାତୀୟ ରାଜପଥ ଏମ୍ ଭି ୧୯ ଗ୍ରାମ ନିକଟରେ ଦୁଇଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇ ଆହତ ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ, ସେଇ ବାଟ ଦେଇ କୌଣସି କାର୍ଯ୍ୟରେ କାଲିମେଳା ଯାଉଥିବା ବେଳେ ମାଲକାନଗିରି ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ,ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ପଣ୍ଡା ଓ ସମାଜ ସେବୀ ତଥା ବିଜେଡି ସକ୍ରିୟ କର୍ମୀ କେ. ରାହୁଲ ଘଟଣା ସ୍ଥଳରୁ ଦୁର୍ଘଟଣାରେ ଆହତ ହୋଇଥିବା ଏମ୍ ଭି ୭୪ ଗ୍ରାମର ମୁକୁଲ ଗରାମି ,ତାଙ୍କ ସ୍ତ୍ରୀ ଓ ଦୁଇ ବର୍ଷର ଛୋଟ ଝିଅଙ୍କୁ ସେଠାରୁ ଉଦ୍ଧାର କରି ୧୯ ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଏହି ଖବର ଶୁଣି ସ୍ଥାନୀୟ ଅଞ୍ଚଳର ଲୋକେ ସାଧୁ ବାଦ ଜଣାଇଛନ୍ତି ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *