Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ଗୋଟିଏ ପରିବାର…

1 min read

ମାଲକାନଗିରି : ମାଲକାନଗିରି ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡିଲେ ଗୋଟିଏ ପରିବାର । ମୁଦୁଲିପଡା ଥାନା ଅନ୍ତର୍ଗତ ଡାବୁଗୁଡା ଗ୍ରାମର ଗୋଟିଏ ପରିବାରର ୬ଜଣ ସଦସ୍ୟ ନିଜ ଘର ଦ୍ୱାର ଛାଡି କୁଡୁମୁଲୁଗୁମ୍ମାରେ ଆଶ୍ରୟ ନେଇଥିବା ସୂଚନା ମିଳିଛି । ମାଓ ଧମକ ପରେ ସେମାନେ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବା ପାଇଁ ଭିଟାମାଟି ଛାଡି ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ପୋଲିସ ଇନ୍ଫୋରମର ସନ୍ଦେହ ମାଓବାଦୀ ଏହି ପରିବାର କୁ ଚେତାବନୀ ଦେଇଥିବା ସହ ଘର ଭାଙ୍ଗିବା ସହିତ ଖାଦ୍ୟ ଶସ୍ୟ ସବୁ ଗ୍ରାମବାସୀ ମଧ୍ୟରେ ବାଣ୍ଟି ଦେଇଥିଲେ । କିଛି ଦିନ ପୂର୍ବରୁ ଡାବୁଗୁଡା ଠାରେ ହୋଇଥିବା ପୋଲିସ ମାଓବାଦୀ ଗୁଳିବିନିମୟ ରେ ଏହି ପରିବାର ପୋଲିସ କୁ ମାଓବାଦୀ ଙ୍କ ଖବର ଦେଇଥିବା ଅଭିଯୋଗ କରି ମାଓବାଦୀ ଏହି ପରିବାର ସଦସ୍ୟ ଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ମୁଦୁଲିପଡା ଥାନା ଅଧିକାରୀ ମାଧବ ବେହେରା ଙ୍କୁ ପଚାରିବାରୁ ଏହି ଥାନାରେ ଅଭିଯୋଗ ବିଷୟକୁ ସ୍ୱୀକାର ମଧ୍ୟ କରିଛନ୍ତି ।

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *