Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଓବାଦୀଙ୍କ ବନ୍ଦ ଡାକରାରେ ସରକାରୀ ବସ ଚଳାଚଳ ବନ୍ଦ…

1 min read

ମାଲକାନଗିରି(ସଖପ୍ର): ମାଓବାଦୀଙ୍କ ପକ୍ଷରୁ ଆଜି ଅପରେସନ ପ୍ରହାରକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ବେଳେ ମାଓବାଦୀ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ବନ୍ଦ ଡାକରାର ଆଂଶିକ ପ୍ରଭାବ ଜିଲ୍ଳାରେ ପଡ଼ିଥିବା ଦେଖିବାକୁ ମିଳିଛି । ବେସରକାରୀ ବସ ଚଳାଚଳ କରୁଥିବାବେଳେ ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ଚଳାଚଳ କରୁଥିବା ସମସ୍ତ ସରକାରୀ ବସ ସେବା ବନ୍ଦ ରହିଛି । ଫଳରେ ଦୂର ଜାଗାକୁ ଯିବାକୁ ମାଲକାନଗିରି ବସଷ୍ଟାଣ୍ଡ ଠାରେ ଅପେକ୍ଷା କରିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରକାଶ ଥାଉକି ମାଓବାଦୀ ମାନେ ବନ୍ଦ ଡାକରାର ଗୋଟିଏ ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ଦେଇ ଯାଇଥିବା ୩0 ନମ୍ବର ଜାତୀୟ ରାଜପଥର ଏରାବୋରା ଓ କୋଣ୍ଟା ରାସ୍ତାରେ ୮ଟି ଟ୍ରକକୁ ପୋଡି ନିଜର ଉପସ୍ଥିତି ଜାହିର କରିଛନ୍ତି ।ଦେଖିବାକୁ ବାକି ରହିଲା ଆଗକୁ କଣ ଘଟୁଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *