Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବଣ୍ଡାଘାଟି ପରିଦର୍ଶନ

1 min read

ମାଲକାନଗିରି(ସଖପ୍ର): ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ଖଇରପୁଟ ବ୍ଲକ ମୁଦୁଲିପଡା ଅଞ୍ଚଳକୁ ଯାଇ ମାନ୍ୟବର ଆଦିବାସୀ ଓ ହରିଜନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ସ୍ଥାନୀୟ ବଣ୍ଡାଘାଟୀ ଅଞ୍ଚଳରେ କୋଭିଡ ସ୍ଥିତି,ପରିଚାଳନା,ପରୀକ୍ଷଣ ଓ ଟୀକାକରଣର ଅନୁଧ୍ୟାନ କରିବା ସହ ଆଦିମ ଜନଜାତି ଲୋକଙ୍କୁ କରୋନା ମହାମାରୀର ଭୟାବହତା ସଂପର୍କରେ ସଚେତନ କରାଗଲା । ଏଥିସହ ଲୋକଙ୍କୁ ଶୁଖିଲା ଖାଦ୍ୟ,ମାସ୍କ ଓ କରୋନା କିଟ ବଣ୍ଟନ କଲେ ।ଏହି ଅବସରରେ ଆଦିମ ଜନଜାତି ଲୋକଙ୍କ ନିମନ୍ତେ ହୋଇଥିବା ସଂଘରୋଧ କେନ୍ଦ୍ର ବୁଲି ଦେଖିଲେ ଓ ସଂଘରୋଧରେ ରହୁଥିବା ଲୋକଙ୍କ ନିମନ୍ତେ କିଛି ଆର୍ଥିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ତରଫରୁ କରାଗଲା ଓ ପରିବାର ବର୍ଗଙ୍କୁ ରାସନ୍ ସମାଗ୍ରୀ ବଣ୍ଟନ କରାଗଲା।ଏହି ସଚେତନତା କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ସହ ବିଧାୟକ , ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ମାନ୍ୟବର ପଟାଙ୍ଗୀ ବିଧାୟକ ଶ୍ରୀ ପ୍ରିତମ ପାଢ଼ୀ, ଜିଲ୍ଲା ବିଜୁ ଜନତା ଦଳର ନେତୃବୃନ୍ଦ ଙ୍କ ସହ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହି ଲୋକଙ୍କୁ ସଚେତନତା କରାଇଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ମନ୍ତ୍ରୀ ମହୋଦୟଙ୍କୁ ପଠେଇ ସୁବିଧା କରାଇଥିବାରୁ ତାଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *