Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମଧୁପୁର ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ ସହାୟତାରେ ଡଙ୍ଗା ପ୍ରଦାନ

1 min read

କୋରାପୁଟ (ସଖପ୍ର): କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଲିଗୁମ୍ମା ପଂଚାୟତର ମଧୁପୁର ଗ୍ରାମବାସୀ ମାନେ ଡଙ୍ଗା ଅଭାବରୁ ବିପଦପୂର୍ଣ୍ଣ ଭାବେ ନଦୀପାର ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏପରିକି କେତେକ ସମାଜସେବୀ ଟୁଇଟର ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । ବୈପାରୀଗୁଡାର ସହୀଦ ଲକ୍ଷ୍ମଣ ନାୟକ ଯୁବ ସେନା ତରଫରୁ ଡଙ୍ଗା ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ମଧ୍ୟ ଦାବି କରାଯାଇଥିଲା । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକତା ଭିତିରେ ମଧୁପୁର ଘାଟ ନିମନ୍ତେ ଡଙ୍ଗା କ୍ରୟ କରିଥିଲେ । ଆଜି ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡଙ୍ଗାର ଉଦଘାଟନ କରିଥିଲେ । ଏହି ଅବସରରେ ବୈପାରୀଗୁଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ,ଉପାଧ୍ୟକ୍ଷ ତ୍ରିଲୋଚନ ଜେନା , ବିଡିଓ ଅଭିମନ୍ୟୁ କବି ଶତପଥି , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ଓ କାର୍ଯ୍ୟାଳୟର ସତ୍ୟ ନାରାୟଣ ଦଳେଇ , ସରପଂଚ ବୁଦ୍ରା ନାୟକ ,ବିଜୁ ଯୁବ ଜନତା ଦଳର ସମ୍ପାଦକ ବୈକୁଣ୍ଠ ମଣ୍ଡଳ ,ବିଜେଡି ପଂଚାୟତ ସଭାପତି ବନ୍ଧୁ ଭୂମିଆ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଦିଆନ ମଧୁପୁର ବ୍ରିଜ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *