Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ରାୟଗଡା ଓ କୋରାପୁଟ ଜ଼ିଲ୍ଲା ଗସ୍ତ

1 min read

ରାୟଗଡା (ସଖପ୍ର): ଭୁବନେଶ୍ୱର ଲୋକସଭା ସାଂସଦ ତଥା ବିଜେପି ଜାତୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ତିନିଦିନିଆ ରାୟଗଡା ଓ କୋରାପୁଟ ଜ଼ିଲ୍ଲା ଗସ୍ତରେ ହୀରାଖଣ୍ଡ ଟ୍ରେନ ଯୋଗେ ଆସି ରାୟଗଡା ରେଳ ଷ୍ଟେସନରେ ପହଂଚିଥିଲେ। କିଛି ସମୟ ପାଇଁ ରାୟଗଡା ସାର୍କିଟ ହାଉସ ଠାରେ ବିଶ୍ରାମ ନେଇ କୋରାପୁଟ ଜ଼ିଲ୍ଲା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଗସ୍ତ ସମୟରେ ସାଂସଦ ଷଡ଼ଙ୍ଗୀ 3 ଓ 4ତାରିଖ ଦୁଇ ଦିନ କୋରାପୁଟ ଓ ଜୟପୁର ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ କୋରାପୁଟ ଠାରେ ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ପୂଜା କରିବାର କାର୍ଯ୍ୟକ୍ରମ ରହିଛି । 4 ତାରିଖରେ କୋରାପୁଟରୁ ଫେରି ଗୁଣୁପୁର ଅଭିମୁଖେ ଯାତ୍ରା କରିବେ। ଏହି ସମୟରେ ରାୟଗଡା ବିଜେପି ପକ୍ଷରୁ ସାଂସଦଙ୍କୁ ଶିରୀଗୁଡା ଠାରୁ ଜେକେପୁର ପର୍ଯ୍ୟନ୍ତ ଏକ ବିରାଟମୋଟର ସାଇକେଲ ରାଲିରେ ନିଆଯିବ, ପରେ ଗୁଣୁପୁର ଯାଇ ସେହିଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦାନ କରି 5ତାରିଖରେ ଗୁଡାରି ଶିରୀଗୁଡା ଓ ତିନି ନଦୀର ସଙ୍ଗମ ସ୍ଥଳ ମହାପ୍ରଭୁ ଶଙ୍କର ଭଗବାନ ସ୍ଥଳ ମିନାଝୋଲା ଗସ୍ତ କରିବେ। ରାୟଗଡାରେ ପହଂଚି ଏକସାମ୍ବାଦିକ ସମ୍ମିଳନୀ କରି ଜ଼ିଲ୍ଲାର ବିଜେପି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରି ରାତ୍ର ସମୟରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସାଂସଦଙ୍କ ଗସ୍ତ କାର୍ଯ୍ୟକ୍ରମ ସୂଚୀରେ ଉଲେଖ ରହିଛି। ସାଂସଦ ଷଡ଼ଙ୍ଗୀଙ୍କୁ ମାତ୍ର କେତେ ଜଣ ପୁରାଣା ବିଜେପି ନେତା ସ୍ୱାଗତ କରିଥିଲେ କିନ୍ତୁ ବିଜେପିର ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ଯଥା ସଭାପତି ସମ୍ପାଦକ କି ବିଧାୟକ ପ୍ରାର୍ଥୀ, ମହିଳା ମୋର୍ଚା କାହାରି ଦେଖା ନଥିଲା। ଜଣେ ଦଳୀୟ ପୁରୁଣା ନେତା କହିଛନ୍ତି ଉପରୁ ନିର୍ଦେଶ କ୍ରମେ ବିଜେପି ଜ଼ିଲ୍ଲା କାର୍ଯ୍ୟକର୍ତ୍ତା ନିଜ ପଦପଦବୀ ଚାଲିଯିବା ଭୟରେ ଆସିନାହାନ୍ତି ବୋଲି କହିଥିଲେ। ଏଥିରୁ ସ୍ପଷ୍ଟ ଅନୁମାନ କାରାଯାଉଛି କି ବିଜେପିରେ ଫାଟ ଦେଖାଦେଇଛି। ଭୁବନେଶ୍ୱରରୁ ଆସିଥିବା କିଛି ଦଳୀୟ ନେତା ଓ କର୍ମୀ ରାୟଗଡା ରେଳ ଷ୍ଟେସନରୁ ସାର୍କିଟ ହାଉସ ପର୍ଯ୍ୟନ୍ତ ସାଂସଦଙ୍କୁ ପାଛୋଟି ଆଣିଥିଲେ ଓ କୋରାପୁଟ ଗସ୍ତରେ ସାଂସଦ ନିଜର ଭୁବନେଶ୍ୱରରୁ ଆସିଥିବା ଦଳୀୟ କର୍ମକର୍ତ୍ତାଙ୍କ ସହିତ ଯାଇଥିଲେ। ରାୟଗଡା ଜ଼ିଲ୍ଲା ବିଜେପି ଗୋଷ୍ଟିକନ୍ଦଳ ସାଂସଦଙ୍କ ଗସ୍ତ ପରେ କେଉଁ ଦିଗକୁ ଗତି କରୁଛି ଦେଖିବାକୁ ରହିଲା।

ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *