Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ

1 min read

ଭଦ୍ରକ ୨୧/୦୪(ସଖପ୍ର): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ସହ ଦୁଇ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ 320 ଗ୍ରାମ ବ୍ରାଉନ ସୁଗାର ଜବତ ସହିତ ଗୋଟିଏ TVS ଆପାଚି,2ଟା ମୋବାଇଲ ଫୋନ ଓ 2 ହଜାର ଟଙ୍କା ଜବତ କରିଛି ପୋଲିସ। ଗତ କାଲି ରାତିରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ରାଣୀତାଲ ଠାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ 3 ଜଣ ଯୁବକ ଗୋଟିଏ TVS ଆପାଚି ଗାଡ଼ିରେ ବ୍ରାଉନ ସୁଗାର ଧରି ଜଳେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିଲେ। ଏହା ଜାଣି ପୋଲିସ ଗାଡିଟିକୁ ଅଟକାଇ ଥିଲା ବେଳେ ଜଣେ ଯୁବକ କୌଶଳ କ୍ରମେ ଖସି ଯାଇଥିଲେ।

ତେବେ ଅନ୍ୟ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିଲେ। ଗିରଫ ବେଳେ ସେମାନଙ୍କ ନିକଟରୁ 320 ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ। ତେବେ ଗିରଫ ଦୁଇ ଜଣ ହେଲେ ବଂଶଡା ଥାନା ମାଣିପୁର ଗାଁ ର ଶ୍ରୀକାନ୍ତ ଦାସ ଓ ପାଳିଆ ଜିଝାରପୁର ଗାଁର ସଞ୍ଜୟ ମଲ୍ଲିକ। ସେମାନଙ୍କ ନିକଟରୁ ଦୁଇ ଗୋଟି ମୋବାଇଲ ଫୋନ ଓ 2 ହଜାର ଟଙ୍କା ଜବତ କରାଯାଇଛି। ତେବେ ଏହି ଘଟଣାରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାର ଅଧିକ ତଦନ୍ତ ପୋଲିସ କରୁଥିବା ଭଦ୍ରକ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଭଦ୍ରକ ପ୍ରତିନିଧି ଆଶିଷ ରଞ୍ଜନ ପତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *