Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିହାର ଚାଲାଣ ବେଳେ ଧରାପଡିଲା ଗଞ୍ଜେଇ, ୨ଗିରଫ

1 min read

କୋରାପୁଟ ଜିଲ୍ଲା (ସଖପ୍ର):ଲମତାପୁଟ ୨୫।୦୪: କରୋନା କଟକଣା ବେଳେ ଗଞ୍ଜେଇ ମାଫିଆ ସକ୍ରିୟ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ପଣସପୁଟ ଗାଁରୁ ବିହାର ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି ଗଞ୍ଜେଇ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବିଶେଷ ସୂତ୍ରରୁ ଖବର ପାଇ କାଡାମ ଛକ ନିକଟରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ । ସେହି ସମୟରେ ଲମତାପୁଟ ଅଞ୍ଚଳରୁ ଦ୍ରୁତ ଗତି ରେ ଆସୁଥିବା ପିକଅପ ଭ୍ୟାନକୁ ଅଟକାଇ ଥିଲେ । ଗାଡି ଯାଞ୍ଚ ବେଳେ ସେଥିରୁ ବିପୁଳ ଗଂଜେଇ ମିଳିଥିଲା । ଗାଡିରେ ଥିବା ଦୁଇ ଅଭିଯୁକ୍ତ ପୋଲିସକୁ ଚକମା ଦେଇ ଦଉଡି ପଳାଉଥିଲେ । ପୋଲିସ ସେମାନଙ୍କ ପିଛାକରି ଦୁଇ ଗଞ୍ଜେଇ ମଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ପିକଅପ ଭ୍ୟାନକୁ ଜବତ କରିଛି ପୋଲିସ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ଗାଁର ଅର୍ଜୁନ ଲୋକେଇ ଏବଂ ଗୋପୀନାଥ ଖେମୁଣ୍ଡୁ । ଏହି ଯୁବକ ମାନେ ନିଶା କାରବାରରେ ବହୁ ଦିନରୁ ଲିପ୍ତ ଥିବା ପୋଲିସ କହିଛି।

ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *