Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଜେପି ମହିଳା ମୋର୍ଚ୍ଚାର କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ଘେରାଉ

1 min read

କୋରାପୁଟ ୨୩/୧୦ (ସଖପ୍ର): କଳାହାଣ୍ଡି ଜିଲ୍ଳାର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ପ୍ରତିବାଦରେ କୋରାପୁଟ ଜିଲ୍ଲା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଦସ୍ୟାମାନେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଜିଲ୍ଲା ସଭାନେତ୍ରୀ ସଂଯୁକ୍ତା ସେଠୀ ଅଭିଯୋଗ କରିବା ସହ ତାଙ୍କୁ ଗିରଫ ଓ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ସେ ଦାବି କରିଛନ୍ତି । କୋରାପୁଟ ଜଗନ୍ନାଥ ମନ୍ଦିର ଛକରୁ ମହିଳା ସଦସ୍ୟାମାନେ ଏକ ଶୋଭାଯାତ୍ରାରେ ଏସପିଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ପୂର୍ଣ୍ଣିମା ନାୟକ,ସୁରଭି ପାଣି ,ସ୍ୱାତୀ ହୋତା, ମନ୍ଦାକିନୀ ପାଇକ,ସୀମା କରଣ,ସୁରମା ନାୟକ, ସାବିତ୍ରୀ ବେହେରା,ଏନ.ଶତ୍ରୁଶଲ୍ୟ ପ୍ରମୁଖଙ୍କ ସହ ଜି.ସଂଜିବ କୁମାର, ଭଗିରଥି ପାଟନିଆଙ୍କ ସହ ଶତାଧିକ ବିଜେପିକର୍ମୀ ଯୋଗଦେଇଥିଲେ ।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *