Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଜେପି ତରଫରୁ ସେବା ସପ୍ତାହ ପାଳିତ

1 min read

ମାଲକାନଗିରି (ସଖପ୍ର):କେନ୍ଦ୍ର ସରକାରଙ୍କ ୭ ବର୍ଷ ପୂର୍ତ୍ତି ଉପଲକ୍ଷେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ ବିଜେପି ସ°ଗଠନ ପକ୍ଷରୁ ସେବା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଖଇରପୁଟ ବ୍ଳକ ବିଜେପି ବରିଷ୍ଠ ସଦସ୍ୟ ବାଲରାଜ କଟରୀ, ଉପଦେଷ୍ଟା ଯୁଗଳ କିଶୋର ସ୍ୱାଇଁ, ନାଗେଶ୍ଵର ନାଥୁର ଓ ବ୍ଳକ ବିଜେପି ସଭାପତି ବିଦ୍ୟାଧର ସାହାଣୀ ଙ୍କ ନେତୃତ୍ବରେ ବ୍ଲକ ର ବିଭିନ୍ନ ସ୍ଥାନରେ ମାସ୍କ, ଶୁଖିଲା ଖାଦ୍ୟ,ଫଳ ଓ ସାନିଟାଇଜର ବଣ୍ଟନ କରାଯାଇଛି । ଖଇରପୁଟ ବ୍ଲକ ସଦର ମହକୁମାର ବଡଡୁରାଲ ,ମୁଦୁଲିପଡା,କଦମଗୁଡା ,ରାସବେଡା ଓ ପରକନମାଲା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ବିଜେପିର କର୍ମୀ ମାନେ ଲୋକଙ୍କୁ ମାସ୍କ, ସାନିଟାଇଜର,ଶୁଖିଲା ଖାଦ୍ୟ , ଫଳମୂଳ ଓ ସାବୁନ ପ୍ରଭୃତି ଜିନିଷ ବାଣ୍ଟିବା ସହ କରୋନା ରୁ ସୁରକ୍ଷିତ ରହିବା ପାଇଁ ସଚେତନ କରିଥିଲେ । ଏଥିସହ ପ୍ରତ୍ୟକ ଗ୍ରାମରେ ସକ୍ରିୟ ଦଳୀୟ କର୍ମୀଙ୍କୁ ନିଜ ନିଜ ଗ୍ରାମରେ କରୋନା ସଚେତନତା ସୃଷ୍ଟି କରିବା ପାଇଁ ଆହ୍ଵାନ କରାଯାଇଥିଲା । ଏହି ଅବସରରେ ବିଜେପି ର ଏକ ଟିମ୍ ସ୍ଥାନୀୟ ଡାକ୍ତରଖାନା ରେ ରୋଗୀଙ୍କ ସହ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚରାଉଚୁରା କରିଥିଲେ ଓ ଫଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜ୍ୟୋତି ରଞ୍ଜନ ବେହେରା, ସହଦେବ ଶିଷା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ |

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *