Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବାଲିମେଳାରେ ପ୍ରଥମ ପ୍ରେସ କ୍ଲବ୍ ଉଦଘାଟିତ…

1 min read

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲା ବାଲିମେଳା ଏନ.ଏ.ସି ଅଞ୍ଚଳ ଠାରେ ପ୍ରଥମ କରି ପ୍ରେସ କ୍ଲବ୍ ଉଦଘାଟିତ ହୋଇଯାଇଛି। ଏହାକୁ ଏମ୍.ୟୁ. ଜେ ର ଜିଲ୍ଲା ସଭାପତି ଦେବ ପ୍ରସାଦ ଦାସ ଏବଂ ବାଲିମେଳାର ସଭାପତି ରବି ରଶ୍ମି ଗୁରୁଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଓ.ଏଚ.ପି.ସି ୟୁ.ଟି.ଲି.ଟି ବିଭାଗର ଏଜିଏମ ଭିକାରୀ ଚରଣ ମଲିକ ଓ ବାଲିମେଳା ନଗରର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସମେତ ବାଲିମେଳାର କାର୍ଯ୍ୟରତ ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ। ଦୀର୍ଘ ଦିନର ଆଶା ପୂରଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ବହୁ ଖୁସି ଜାହିର କରିଛନ୍ତି ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *