Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବନ୍ଧୁ ପତ୍ନୀଙ୍କୁ ସାହାଯ୍ୟ ପରିବର୍ତ୍ତେ ଉଠାଇ ନେଇ ଗଣଦୁଷ୍କର୍ମ, ୩ ଗିରଫ

1 min read

ଭବାନୀପାଟଣା ୧୫/୧୨: ସ୍ୱାମୀଙ୍କ ସାଙ୍ଗ ଆଉ ସମ୍ପର୍କୀୟ ଭାଇମାନଙ୍କ ଉପରେ ଭରସା କରିବା ଜଣେ ମହିଳାଙ୍କୁ ପଡ଼ିଛି ମହଙ୍ଗା । ସେମାନଙ୍କୁ ସାହାଯ୍ୟ ପାଇ ଡାକି ସେମାନଙ୍କ ଦ୍ୱାରା ମହିଳା ଜଣକ ଗଣଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନାଞ୍ଚଳର ଏହି ମହିଳା ଜଣକ ଗଣବଳାତ୍କାର ଶିକାର ହୋଇଥିବା ଅଭିଯୋଗ ପରେ ସଦର ଥାନା ପୁଲିସ୍‌ ତଦନ୍ତ ଆରମ୍ଭ କରିବା ସହ ଘଟଣାର ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଉଛନ୍ତି ଝସକେତନ ନାଗ ଓରଫ୍‌ ଆକାଶ (୨୭), ତିଳ ନାଗ ଓରଫ୍‌ ଲକ୍ଷ୍ମୀକାନ୍ତ ନାଗ ଓରଫ୍‌ ଅବନ (୩୨) ଓ କିଶୋର ଚନ୍ଦ୍ର ମହାଳିକ (୨୭) । ଜାମିନ୍‌ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି ।
ଅଭିଯୋଗ ଅନୁସାରେ ମହିଳାଙ୍କ ସ୍ୱାମୀ ଗୋଆରେ କାମ କରନ୍ତି । ତାଙ୍କ ସ୍ୱାମୀ ପଠାଇଥିବା ସାମଗ୍ରୀ ଆଣିବା ପାଇଁ ମହିଳା ଜଣକ ଗତ ୧୦ ତାରିଖ ସକାଳ ୧୦ଟାରେ ତଲମଲା ଗାଁର ଝସକେତନ ନାଗଙ୍କ ଘରକୁ ଯାଇଥିଲେ । ସେଠାରୁ ସେ ସ୍ୱାମୀ ପଠାଇଥିବା ସାମଗ୍ରୀ ସଂଗ୍ରହ କରିଥିଲେ ଏବଂ ସେଠାରେ ରାତ୍ରୀ ଯାପନ ମଧ୍ୟ କରିଥିଲେ ।

ପରେ ସେଠାରୁ ଗତ ୧୨ ତାରିଖରେ ଦାଦପୁର ଆସି ସ୍ୱାମୀ ପଠାଇଥିବା ଟଙ୍କା ଉଠାଇବାକୁ ଏଟିଏମ୍‌ କେନ୍ଦ୍ର ଯାଇଥିଲେ । ପରେ ସେଠାରୁ ସେ ଗୋବରା ଗାଁକୁ ଯାଇ ସମ୍ପର୍କୀୟ ଭାଇ ଅବନ ନାଗ ଓ କିଶୋର ନାଗକୁ ଯୋଗାଯୋଗ କରିଥିଲେ । ଏହି ୨ ଜଣ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ତାଙ୍କୁ ସାହାଯ୍ୟ ସହଯୋଗ କରିବା ପରିବର୍ତ୍ତେ ବଳପୂର୍ବକ ଏକ ନାଳ ନିକଟକୁ ନେଇ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଅଭିଯୁକ୍ତମାନେ ଧମକ ଦେଇଥିବା ନେଇ ମହିଳା ଜଣକ ୧୨ ତାରିଖ ଥାନାରେ ଅଭିଯୋଗ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *