Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର ଓ ଗଳ୍ପରେ ସନ୍ଧ୍ୟାରାଣୀ ଦାଶ

1 min read

ବାଲେଶ୍ବର,୦୨/୫- ବାଲେଶ୍ବର ଜିଲ୍ଲା ଶିକ୍ଷାର ଜିଲ୍ଲା ଓ ଶିକ୍ଷାର ମାଟି । ଏ ମାଟିରେ କେତେ କେତେ ମହାପୁରୁଷ ଜନ୍ମ ହୋଇ ଚାଲିଗଲେଣି । ଏ ହେଉଛି ଫକୀରମୋହନ ସେନାପତିଙ୍କ ମାଟି । ସାହିତ୍ୟ କଳାର ମାଟି । ଏଠାରେ କେତେ କଳାକାର ଓ ସାହିତ୍ୟିକ ଜନ୍ମ ହୋଇ ସାହିତ୍ୟ ଜଗତରେ ଉଜ୍ଜ୍ୱଳ ଧ୍ରୁବତାରା ସାଜି ଇତିହାସ ରଚିଯାଇଛନ୍ତି । କଳା ଓ ସାହିତ୍ୟର ମାଟି ଆଜି ଖାଲି ଖାଲି ଲାଗୁଛି ସାହିତ୍ୟ ସାଧିକ/ସାଧିକା ମାନଙ୍କ ପାଇଁ । କାରଣ ବର୍ତ୍ତମାନ ସମାଜର ସାହିତ୍ୟି/ସାହିତ୍ଯିକା ମାନେ ପଦ୍ଯ ସାହିତ୍ୟ ପ୍ରତି ବିଶେଷ ଆକୃଷ୍ଟ ହେଉଥିବାର ପରିଲକ୍ଷିତ ହେଉଛି । ଗଦ୍ଯ ସାହିତ୍ୟ ପ୍ରତି ଆଗ୍ରହ କମି ଯାଉଥିବାରୁ ଗଦ୍ଯ ସାହିତ୍ୟ ନିମ୍ନଗାମୀ ହେଉଛି । ବର୍ତ୍ତମାନ ସେହି ଅବହେଳିତ ଗଦ୍ଯ ସାହିତ୍ୟକୁ ଜାଗ୍ରତ ଓ ଜୀବନ୍ତ ରୂପ ଦେବାପାଇଁ ଗତ ୨୦୧୯ ମସିହାରେ ଖଇରା ଠାରେ ଗଠିତ ହୋଇଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ।

ସୁସ୍ମିତା ମହାପାତ୍ର

ଏହାର ଲକ୍ଷ୍ୟ ହଜିଯାଉଥିବା ଗଦ୍ଯ ସାହିତ୍ୟକୁ ଖୋଜି ଆଣିବା । ଘରକୋଣରେ ରହି ଲେଖନୀ ଚାଳନା କରୁଛନ୍ତି ହେଲେ ସାହିତ୍ୟ ଜଗତରେ ପରିଚିତ ହୋଇପାରୁ ନାହାନ୍ତି ଯାହାଫଳରେ ତାଙ୍କ ଲେଖନୀ ଚାଳନାର କିଛି ମୂଲ୍ୟ ରହୁନାହିଁ । ଏହିପରି କିଛି ସାହିତ୍ୟିକ/ସାହିତ୍ଯିକା ମାନଙ୍କୁ ଖୋଜି ସାହିତ୍ୟ ଜଗତରେ ପରିଚିତ କରିବାରେ ସହାୟକ ହୋଇଥାଏ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ “, ଆଳଦା, ଖଇରା,ବାଲେଶ୍ବର । ଏହା ଏକ ସରକାରୀ ପଞ୍ଜିକୃତ ଅନୁଷ୍ଠାନ ଅଟେ । ରାଜ୍ୟର ପ୍ରାୟ ପ୍ରତ୍ୟେକ ଜିଲ୍ଲାରୁ କବିକବୟିତ୍ରୀ ଓ ଲେଖକଲେଖିକା ଏ ଅନୁଷ୍ଠାନରେ ଅଛନ୍ତି ଏବଂ ଅନୁଷ୍ଠାନ ଦ୍ବାରା ସେମାନଙ୍କ ସାହିତ୍ୟ ବିକାଶ କରିପାରୁଛନ୍ତି । ସୁତରାଂ ଗଦ୍ଯ ସାହିତ୍ୟ ବିକାଶର ଏ ଅନୁଷ୍ଠାନ ଏକ ପ୍ଲାଟଫର୍ମ ସଦୃଶ୍ୟ । ଏଠି କେବଳ ଗଦ୍ଯ ସାହିତ୍ୟକୁ ଗୁରୁତ୍ୱ ଦିଆଯାଇ ପ୍ରତି ମାସରେ ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ପଦ୍ଯ ସାହିତ୍ୟ ପ୍ରତି ଗୁରୁତ୍ୱ କମ୍ ଦିଆଯାଏ ଅଘୋଷିତ ମାଧ୍ୟମରେ । ଅନୁଷ୍ଠାନ ତରଫରୁ ନିକଟରେ ଅନୁଷ୍ଠିତ ହୋଇଥିବା ସାପ୍ତାହିକ ପ୍ରବନ୍ଧ ପ୍ରତିଯୋଗିତା – ” ଚାଲ ଗାଁ କୁ ଫେରିବା ” କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ମୋଟ ୮ ଯଥା- ୧) ବୀରକିଶୋର ନାୟକ, ଢେଙ୍କାନାଳ ୨) ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ ୩) ଅଳକା ମହାପାତ୍ର, ସମ୍ବଲପୁର ୪) ଭାରତୀ ସାହୁ ଯାଜପୁର ୫) ଯୋଗେଶ୍ବର ଗହୀର,କଳାହାଣ୍ଡି ୬) ଦେଵେନ୍ଦ୍ର ନାୟକ, ମୟୂରଭଞ୍ଜ ୭) ସନ୍ଧ୍ୟାରାଣୀ ଦାଶ,ଜଗତସିଂହପୁର ଓ ୮) ଅର୍ଚ୍ଚନା ପ୍ରିୟଦର୍ଶିନୀ ପାତ୍ର,କଟକରୁ ପ୍ରତିଯୋଗୀମାନେ ସ୍ବଇଚ୍ଛାରେ ଅଂଶ ଗ୍ରହଣ କରିଥିଲେ ।

ସଂଧ୍ୟାରାଣୀ ଦାଶ

ସମୀକ୍ଷା ମଣ୍ଡଳୀଙ୍କ ଦ୍ବାରା ସମସ୍ତ ୮ ଜଣଙ୍କ ଲେଖା ଗୁଡିକୁ ସମୀକ୍ଷା କଲାପରେ ସୁସ୍ମିତା ମହାପାତ୍ର ପ୍ରଥମ ସ୍ଥାନ, ଅଳକା ମହାପାତ୍ର ଦ୍ୱିତୀୟ ସ୍ଥାନ ଓ ବୀରକିଶୋର ନାୟକ ତୃତୀୟ ସ୍ଥାନ ଅଧିକାର କରି ନିଜନିଜ ଜିଲ୍ଲା ତଥା ଅଞ୍ଚଳରେ ସାହିତ୍ୟ ବୃଦ୍ଧି କରିପାରିଛନ୍ତି । ସେହିପରି ସାପ୍ତାହିକ ଗଳ୍ପ – ” ବାପଥିବା ପୁଅ ସଭାରେ ହାରେନା ” ପ୍ରତିଯୋଗିତାରେ ମୋ ୮ ଜଣଙ୍କ ମଧ୍ୟରୁ ଜଗତସିଂହପୁରରୁ ସନ୍ଧ୍ୟାରାଣୀ ଦାଶ ପ୍ରଥମ,ମାଲକାନଗିରିରୁ ପ୍ରିୟମ୍ବଦା ରାଉତ ଦ୍ବିତୀୟ ଓ ଯୁନିୟାପାଟଣ, ଯାଜପୁରରୁ ଭାରତୀ ସାହୁ ତୃତୀୟ ସ୍ଥାନ ଅଧିକାର କରି ସାହିତ୍ୟ ଦକ୍ଷତା ପ୍ରତିପାଦନ କରିପାରିଛନ୍ତି ନିଜନିଜ ଅଞ୍ଚଳ ପାଇଁ । ମୋ ଅନୁଷ୍ଠାନ ଦ୍ବାରା ସେମାନଙ୍କର ଗଦ୍ଯ ସାହିତ୍ୟର ବିକାଶ ହୋଇପାରୁଛି ବୋଲି ଗଣମାଧ୍ୟମ ଆଗରେ ସ୍ବୀକାର ମଧ୍ୟ କରିଛନ୍ତି । ଏଭଳି ବିକାଶର ପ୍ଲାଟଫର୍ମ କୁ କେବେବି ଜୀବନରେ ଭୁଲିପାରିବେ ନାହିଁ ବୋଲି ସର୍ବସାଧାରଣରେ ପ୍ରଚାର କରୁଥିବାର ଜଣାଯାଇଛି । ପ୍ରକାଶ ଥାଉକି ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ମାଧ୍ୟମରେ କାର୍ଯ୍ୟକ୍ରମ ହେଉଥିବାର ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *