Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୈତୃକ ସମ୍ପତ୍ତି ପାଇବା ପାଇଁ ପରିବାର କରୁଛି ସଂଘର୍ଷ

1 min read

କୋରାପୁଟ: ୦୯/୦୧/୨୨ ନିଜ ପିତୃ ଅର୍ଜିତ ଜମିକୁ ନେଇ ଦେଖା ଦେଇଛି ବିବାଦ। ସବୁ ଦିଗରୁ ନିରାଶ ହୋଇ ପରିବାର ଲୋକେ ଜିଲ୍ଲାପାଳଙ୍କ ନିକଟରେ ନେହୁରା ହେଲେ। ସୂଚନା ପ୍ରକାରେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଶୈଲପଡା ଗ୍ରାମର ସ୍ବର୍ଗତ ସନିଆ ମୁଦୁଲିଙ୍କ ନାମରେ ଶୈଲପଡା ମୌଜାରେ ଖାତା ନଂ ୬୦ ରେ ୧୩ ଏକର ୩୪ ସେଣ୍ଟ ଚାଷ ଜମି ଥିଲା। ଉକ୍ତ ଜମିକୁ ସେହି ଗ୍ରାମର ଘାସି କୀର୍ସାନି ଚଂଚକତା କରି ନିଜ ନାମରେ ପଟା କରିନେଇଥିବା ମୃତ ସନିଆ ମୁଦୁଲିଙ୍କ ଝିଅ ଓ ନାତି ଜିନୁ ଧାଙ୍ଗଡ଼ାମାଝୀ, ଘେନୂଆ ଧାଙ୍ଗଡ଼ାମାଝୀ, ସୁକଦେଵ ମୁଦୁଲି, ସମନାଥ ମୁଦୁଲି ଅଭିଯୋଗ ଆଣିଛନ୍ତି।ସ୍ୱର୍ଗତ ସନିଆଙ୍କ ପରିବାର ଲୋକଙ୍କ କହିବାହେଲା ସେମାନେ ଉକ୍ତ ଜମିକୁ ପୁରୁଷାନୁକ୍ରମରେ ଚାଷ କରି ଆସୁଛନ୍ତି। ଗତ ୨ ବର୍ଷ ତଳେ ଘାସି କିରସାନିଙ୍କ ପୁଅ ଉକ୍ତ ଜମିକୁ ଅନ୍ୟକୁ ବିକ୍ରି କରିବାକୁ ବାହାରିବାରୁ ବିବାଦ ମୁଣ୍ଡ ଟେକିଲା।

ମୃତ ସନିଆ ମୁଦୁଲିଙ୍କ ଜମି କିପରି ଘାସି କିରସାନିଙ୍କ ନାମରେ ପଟା ପରିବର୍ତ୍ତନ ହେଲା ତାହା ସନିଆଙ୍କ ପରିବାର ଜାଣି ପାରିନାହାନ୍ତି। ସନିଆଙ୍କ ପରିବାର ସେହି ଜମିକୁ ମଧ୍ୟ ବିକ୍ରି କରି ନାହାନ୍ତି ବୋଲି ପରିବାର ଲୋକେ କହୁଛନ୍ତି। ବର୍ତ୍ତମାନ ମଧ୍ୟ ସନିଆଙ୍କ ପରିବାର ପୂର୍ବ ଭଳି ସମସ୍ତ ଜମିକୁ ଚାଷ କରୁଛନ୍ତି। ଏନେଇ ସନିଆଙ୍କ ନାତି ମାନେ ଲମତାପୁଟ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି ଫଳରେ ଏନେଇ ଗତ ୨୦/୧୨/୨୧ ତାରିଖରେ ସନିଆଙ୍କ ନାତି ମାନେ କୋରାପୁଟ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ କରି ଉଚିତ ନ୍ୟାୟ ପ୍ରଦାନ କରିବାକୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୧୪୯୨୫ ତା୨୨/୧୨/୨୦୨୧ ପ୍ରକାରେ ଏହାର ତଦନ୍ତ କରିବାକୁ କୋରାପୁଟ ଉପ- ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିବା ଜଣାପଡିଛି।

ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *