Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୋଲିସ୍‌ ହାତରେ ଧରା ପଡିଲା ମାଓ କମାଣ୍ଡର ହିଡ଼ମା

1 min read

ମାଲକାନାଗିରି (ସଖପ୍ର): ମାଓ କମାଣ୍ଡର ହିଡମା ପୋଲିସ ହାତରେ ଧରା ପଡିଲା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ପୋଲିସ ଦ୍ବାରା ମିଲିସିଆ କମାଣ୍ଡର ହିଡମା ଗିରଫ ହୋଇଛି। ହିଡମା ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଅନେକ ମାଓ ହିଂସାରେ ହିଡମାର ସଂପୃକ୍ତି ଥିଲା । ଏନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି  । ଏହି ଦାଗୀ ନକ୍ସଲର ସୁରକ୍ଷାରେ ଥିଲେ ୮ଶହ ନକ୍ସଲ କ୍ୟାଡର । ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ହିଡମାର ଆଡ୍ଡା ରହିଥିଲା। ସୀମାନ୍ତରେ ସିଆରପିଏଫ-ନକ୍ସଲ ମୁହାମୁହିଁ। ଛତିଶଗଡ଼ ବିଜାପୁର ଜିଲ୍ଲା ଧର୍ମାରାମ ସିଆରପିଏଫ କ୍ୟାମ୍ପ ଉପରେ ଗୁଳି ମାଡ କରିଛି ଲାଲବାହିନୀ । ଜବାବରେ ପାଲଟା ଗୁଳିଚାଳନା କରିଛନ୍ତି ଯବାନ । ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ସିଆରପିଏଫର ୧୯୬ ବାଟାଲିୟନ କ୍ୟାମ୍ପରେ ରହୁଥିବା ବେଳେ ହଠାତ ଆକ୍ରମଣ କରିଥିଲା ଲାଲବାହିନୀ । ଏନେଇ ଏଏସପି ପଙ୍କଜ ଶୁକ୍ଳା ସୂଚନା ଦେଇଛନ୍ତି  ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *