Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁରୁଷୋତ୍ତମପୁର ଏନଏସିରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read

ପୁରୁଷୋତ୍ତମପୁର (ସଖପ୍ର):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଅଧକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ଙ୍କ ଦ୍ୱାରା ଏନଏସି କାର୍ଯ୍ୟାଳୟ ଓ ଜାତିର ପିତାମା ମହାତ୍ମା ଗାନ୍ଧିଜୀ ପ୍ରତିମୂର୍ତ୍ତି ଠାରେ ଜାତୀୟ ପତକା ଉତ୍ତୋଳନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରାଗଲା। ଏହି କାର୍ଯ୍ୟକ୍ରମରେ ଭାରତୀୟ ସମ୍ବିଧାନ ବିଷୟରେ ଆଲୋଚନା ହେବାସହ ଏହି ସମ୍ବିଧାନ ଧାରା ଗୁଡିକ ବିଷୟରେ ଭାରତବର୍ଷର ପ୍ରତ୍ୟେକ ନାଗରିକ ଜାଣିବା ଦରକାର ବୋଲି ଅତିଥିବୃନ୍ଦ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନସିଲର ଅଶୋକ କୁମାର ମହାଙ୍କୁଡ, ଭାସ୍କର ବେହେରା, ଭବାନୀ ଶଙ୍କର ନାହକ, ଲିଙ୍ଗରାଜ ବେହେରା, ସୁଦଷ୍ଣା ବେହେରା,ସୁଜାତା ବେହେରା,ଗିରିଜା ବେହେରା,ସାସଂଦ ପ୍ରତିନିଧି ପ୍ରେମାନନ୍ଦ ସାହୁ, ଅରୁଣ ମହାଙ୍କୁଡଙ୍କ ଓ ସମସ୍ତ କର୍ମଚାରୀ ସହିତ ସମସ୍ତ ସଭ୍ୟ ଓ ସଭ୍ୟା ପ୍ରତିନିଧିଙ୍କ ସମତ ଏନଏସି କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *