Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁଣି ମାନବିକତା ଦେଖେଇଲେ ପୂର୍ବତନ ବିଧାୟକ ମାନସ ମାଡକାମୀ…

1 min read

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ସଦର ମହକୁମାର ଲାଠିଆଗୁଡା ଠାରେ ଆଜି ଭୀଷଣ ଖରା ଯୋଗୁଁ ଏକ ଗାଈ ଅଚେତ ଅବସ୍ଥାରେ ପଡି ରହିଥିବା ବେଳେ ଏହା ଦେଖି ମାନବିକତା ର ପରିଚୟ ଦେଇଛନ୍ତି ମାଲକାନଗିରି ପୁର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଶ୍ରୀ ମାନସ ମାଡକାମୀ ଏବଂ ତାଙ୍କ ସହଯୋଗୀ । ଖରା ର ଦୌରାତ୍ମ୍ୟ ବଢ଼ିବାରେ ଲାଗିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ମଣିଷ ଙ୍କ ଠାରୁ ପଶୁ ପକ୍ଷୀ ସମସ୍ତେ ଏହାର ପ୍ରଭାବରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜି ପ୍ରଚଣ୍ଡ ଖରା ଯୋଗୁଁ ଲାଠିଆଗୁଡା ରେ ଏକ ଗାଈ ଅଚେତ ଅବସ୍ଥାରେ ପଡି ରହିଥିବା ବେଳେ ଗାଇଟି ର ଜୀବନ ସଙ୍କଟାପନ୍ନ ହୋଇପଡିଥଲା । ଏହା ଦେଖି ଶ୍ରୀ ମାନସ ମାଡକାମୀ, କର୍ମି କେ ରାହୁଲ ରାଓ, ସତ୍ୟଜିତ ଗୌଡ଼, ଗୌରବ ସଗଡ଼ିଆ ପ୍ରମୁଖ ଗାଇକୁ ଉଦ୍ଧାର କରି ତୁରନ୍ତ ମାଲକାନଗିରି ପଶୁ ଚିକିତ୍ସାଳୟ ର ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ପଶୁ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚି ଗାଇଟିର ଚିକିତ୍ସା କରିବା ଆରମ୍ଭ କରିଛନ୍ତି । ତେବେ ଏଭଳି ଭୀଷଣ ଖରାରେ ପଶୁ ପକ୍ଷୀଙ୍କ ପାଇଁ ସର୍ବ ସାଧାରଣ ସ୍ଥାନରେ ପାନୀୟ ଜଳ ର ବ୍ୟବସ୍ତା କରିବା ପାଇଁ ଜନ ସାଧାରଣ ଓ ପ୍ରଶାସନକୁ ଶ୍ରୀ ମାନସ ମାଡକାମୀ ଓ ତାଙ୍କ ସହଯୋଗୀ ମାନେ ଅନୁରୋଧ କରିଛନ୍ତି ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *