Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପାନ୍ କାର୍ଡ ରଖିଥିବା ଲୋକ ତୁରନ୍ତ କରନ୍ତୁ ଏହି କାମ: ନଚେତ୍ ଦେବାକୁ ପଡିବ ୧୦ ହଜାର ଜୋରିମାନା

1 min read

ନୂଆଦିଲ୍ଲୀ: ପାନ୍ କାର୍ଡ ରଖିଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସାଧାରଣତଃ ଲୋକଙ୍କ ଜୀବନରେ ପାନ କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର । ଲୋନ୍ ନେବା ହେଉ ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବା ହେଉ, ଘର କିଣିବା ହେଉ ବା ଇନକମ୍ ଟ୍ୟାକ୍ସ ଦାଖଲ କରିବା ଆଦି କାମରେ ପାନ୍ କାର୍ଡ ଆବଶ୍ୟକ ହୋଇଥାଏ । ଅବଶ୍ୟ ପାନ୍ କାର୍ଡ ସହିତ ଜଡ଼ିତ ଏକ ନିୟମ ବିଷୟରେ ଆପଣ ଜାଣିନଥିବେ, ଯେଉଁଥିପାଇଁ ଆପଣଙ୍କୁ ଜୋରିମାନା ଦେବାକୁ ପଡିପାରେ । ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ପାନ୍ କାର୍ଡଧାରୀମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଆଧାର କାର୍ଡ ନମ୍ବର ସହିତ ଲିଙ୍କ କରିବାକୁ କୁହାଯାଇଛି । ଏହି ସମୟସୀମା ପୂର୍ବରୁ ଯଦି ଆପଣ ଆପଣଙ୍କର ପାନ୍ ଆଧାର ସହିତ ଲିଙ୍କ୍ ନ କରନ୍ତି, ତେବେ ଆପଣଙ୍କର ପାନ୍ କାର୍ଡ ମଧ୍ୟ ନିଷ୍କ୍ରିୟ ହୋଇଯିବ । ଏହା ସହ ପାନ୍ କୁ ଆଧାର ସହିତ ଲିଙ୍କ୍ କରିବା ପାଇଁ ଆପଣଙ୍କୁ ୧୦୦୦ ଟଙ୍କା ଦେବାକୁ ପଡିବ । କେବଳ ଏତିକି ନୁହେଁ, ପାନକାର୍ଡଧାରୀ ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଇତ୍ୟାଦିରେ ନିବେଶ କରିପାରିବେ ନାହିଁ । ଏହା ବ୍ୟତୀତ ଯଦି ସେହି ବ୍ୟକ୍ତି ଏକ ଅବୈଧ ପାନ୍ କାର୍ଡ ଦିଅନ୍ତି, ତେବେ ଆୟକର ଅଧିନିୟମ ୧୯୬୧ ର ଧାରା ୨୭୨ଏନ ଅନୁଯାୟୀ ବ୍ୟକ୍ତିଙ୍କଠାରୁ ୧୦,୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ ।

ଅନଲାଇନରେ ଏପରି କରନ୍ତୁ ଲିଙ୍କ:-
-ସର୍ବପ୍ରଥମେ ଇନକମ ଟ୍ୟାକ୍ସ ୱେବସାଇଟକୁ ଯାଆନ୍ତୁ ।
-ଆଧାର କାର୍ଡରେ ଦିଆଯାଇଥିବା ନାମ, ପାନ୍ ନମ୍ବର ଏବଂ ଆଧାର ନମ୍ବର ଏଣ୍ଟର କରନ୍ତୁ ।
– ଆଧାର କାର୍ଡରେ ଯଦି ଜନ୍ମ ବର୍ଷ ଦିଆଯାଏ ତେବେ ଟିକ୍ କରନ୍ତୁ ।
– ଏବେ କ୍ୟାପଚା କୋଡ୍ ଏଣ୍ଟର କରନ୍ତୁ ।
– ବର୍ତ୍ତମାନ Link Aadhaar ବଟନ୍ ଉପରେ କ୍ଲିକ୍ କରନ୍ତୁ ।
– ଆପଣଙ୍କର ପାନ୍ ଆଧାର ସହିତ ଲିଙ୍କ୍ ହେବ ।

ସବୁବର୍ଗ ଖବର

1 thought on “ପାନ୍ କାର୍ଡ ରଖିଥିବା ଲୋକ ତୁରନ୍ତ କରନ୍ତୁ ଏହି କାମ: ନଚେତ୍ ଦେବାକୁ ପଡିବ ୧୦ ହଜାର ଜୋରିମାନା

Leave a Reply

Your email address will not be published. Required fields are marked *