Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟିତ

1 min read

ମାଲକାନଗିରି(ସଖପ୍ର):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡାରେ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଛନ୍ତି ଏବଂ ଏଥିରେ ସମ୍ମାନିତ ଅତିଥି ଭାବରେ କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଡିଙ୍କ ସହ ମାଲକାନଗିରି ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ,ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ ,ସାଂସଦ ପ୍ରତିନିଧି ଇ. ଭେଙ୍କେଟ ରାଓ ,ବିଜେଡି ନେତା ବିପ୍ଳବ ବିଶ୍ୱାସ ,ଜିଲ୍ଲା ସମ୍ପାଦକ ଅନୁପ ମିସ୍ତ୍ରୀ ,ଶଙ୍କର ହାଲଦାର ,ସପନ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ଓ ଏହି ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଥମ କରି ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନୋଡାଲ ଅଫିସର ଭାବେ କାଲିମେଳା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦେଶା କାମରାମ ଯୋଗଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ଉତ୍ତମ ରାୟ, କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳେଇ, ମାନ୍ୟମକୋଣ୍ଡା ସରପଞ୍ଚ ହରି ଗଲରି, ମାନ୍ୟମକୋଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀନିବାସ ପଣ୍ଡା ଓ କନିଷ୍ଠ ଯନ୍ତ୍ରୀ ଇ.ବସନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରୁ ମାନ୍ୟମକୋଣ୍ଡା ପଞ୍ଚାୟତର ସମିତି ସଭ୍ୟ, ନାଏବ ସରପଞ୍ଚ ଅନିତା ମାଡକାମି ଉପସ୍ଥିତ ଥିଲେ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *