Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିମ୍ନ ମାନର ରାସ୍ତା କାମକୁ ବିରୋଧ କରିରାସ୍ତା ଅବରୋଧ…

1 min read

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ପେଦାବାଡା ପଞ୍ଚାୟତ ବରଜା ଗ୍ରାମ ଛକ ନିକଟରେ ନିମ୍ନ ମାନର ରାସ୍ତା କାମକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି । ଦୀର୍ଘ ୪ ବର୍ଷ ଧରି କୋତାମେଟା ଠାରୁ କୁଡୁମୁଳୁଗୁମା ପ୍ରଯ୍ୟନ୍ତ ହେଉଥିବା ରାସ୍ତା କାମ ସମ୍ପୂର୍ଣ ହେଉନଥିବା ଯଗୁଁ ଆଜି ଗ୍ରାମବାସି ମାନେ ରାସ୍ତା ଅବରୋଧ କରିଛନ୍ତି । ଏହି ରାସ୍ତାରେ ସେହି ପଞ୍ଚାୟତ ର ଅନେକ ଲୋକ ଭରସା କରିଥାନ୍ତି । ତେଣୁ ଏହି ରାସ୍ତା ଟି ଦୀର୍ଘ ୪ ବର୍ଷ ଧରି ସମ୍ପୂର୍ଣ ହେଉ ନଥିବା କାରଣରୁ ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା, ଗ୍ରାମବାସି ମାନେ ନିଜ କାମରେ ଗ୍ରାମ ବାହାରେ ଯିବା ସହ ରୋଗୀ ମାନଙ୍କୁ ଚିକିତ୍ସା କରିବା ପାଇଁ ତୁରନ୍ତ ମାଲକାନଗିରି ଆସିବାରେ ବହୁତ ଅସୁବିଧା ଭୋଗୁଛନ୍ତି । ତେଣୁ ଯଥାଶୀଘ୍ର ଏହି ରାସ୍ତାକୁ ସଂପୂର୍ଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *