Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିଆରା ଢଙ୍ଗରେ ଦୀପାବଳି ପାଳନ କଲେ ଜୟପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ

1 min read

ଜୟପୁର ୫/୧୧(ସଖପ୍ର) : ଭାରତବାସୀ ଆଲୋକର ପର୍ବ ଦୀପାବଳି ଧୁମଧାମରେ ପାଳନ କରୁଥିବାବେଳେ ଆମ ଦେଶର ସୈନିକ ମାନେ ପାରିବାରିକ ସୁଖ ଛାଡ଼ି ସୀମାରେ ପହରା ଦେଉଛନ୍ତି । ସେମାନଙ୍କ ବଳିଦାନ ପାଇଁ ଆମେ ଆଜି ଶାନ୍ତିରେ ବଞ୍ଚିପାରୁଛୁ । ଦୀପାବଳି ହେଉଛି ଆଲୋକର ପର୍ବ । ପ୍ରଭୁ ଶ୍ରୀରାମଚନ୍ଦ୍ର ଅଧର୍ମକୁ ସମାପ୍ତ କରି ଧର୍ମ ସ୍ଥାପନା କରିବାକୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବାପରେ ଅଯୋଧ୍ୟାବାସୀ ଦୀପ ପ୍ରଜ୍ଵଳନ କରିଥିଲେ। ସେହି ଦିନଠାରୁ ଆମେ ଦୀପାବଳି ପାଳନ କରୁଛେ । ସେହିପରି ଆଉ ଜଣେ ସୈନିକଙ୍କୁ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଥାନାରେ , ସେ ହେଉଛନ୍ତି ଉପଖଣ୍ଡୀୟ ଆରକ୍ଷୀ ଅଧିକାରୀ ଅରୂପ ଅଭିଷେକ ବେହେରା। ଜୟପୁର ଟାଉନଥାନା ଅଧିକାରୀ ସଞ୍ଜୟ ମଣ୍ଡଳଙ୍କ ସହ ସେ ଗତକାଲି ନିଆରା ଢଙ୍ଗରେ ଦୀପାବଳି ପାଳନ କରିଛନ୍ତି।

ଚାଇଲଡ କେୟାର ହୋମ, ପାରାବେଡା, ଜୟପୁର ଓ ଲାଇଫ ଫାଉଣ୍ଡେସନ ସେଣ୍ଟର, ହାନାଗୁଡା, ଜୟପୁରର ଅନ୍ତେବାସୀଙ୍କୁ ପାଉଁରୁଟି, ବିସ୍କୁଟ ଓ ହାଲୁକା ଭୋଜନ ବଣ୍ଟନ କରିଥିଲେ। ଏହି ଗରିବ, ଅସହାୟ, ଦୁଃଖୀ ଲୋକମାନଙ୍କ ସହ ଦୀପାବଳି ପାଳନ କରି ସେମାନଙ୍କ ମୁଁହରେ ହସ ଫୁଟାଇଥିଲେ । ତାଙ୍କର ଏହି ମହାନତା ପାଇଁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

ଜୟପୁର ପ୍ରତିନିଧି ସନ୍ତୋଷ କୁମାର ପାତ୍ର

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *