Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନବରଙ୍ଗପୁର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ କ୍ରୀଡ଼ା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

1 min read

ନବରଙ୍ଗପୁର(ସଖପ୍ର): ନବରଙ୍ଗପୁର ଜିଲ୍ଲା କ୍ରୀଡ଼ା ସଂଘ ଓ କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଜିଲ୍ଳା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗ ଦେଇ ନବରଙ୍ଗପୁର ଜିଲ୍ଳା କ୍ରୀଡ଼ାର ଭିତ୍ତିଭୂମିର ଯଥାସମ୍ଭବ ଉନ୍ନତି ନିମନ୍ତେ ପ୍ରୟାସ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଅନ୍ୟତମ ଅତିଥି ଭାବରେ ଲୋକସଭା ସଦସ୍ୟ ରମେଶ ମାଝୀ ଯୋଗ ଦେଇ ଉମରକୋଟ ଅଂଚଳରେ ଫୁଟବଲ ପାଇଁ ଯଥେଷ୍ଟ ସମ୍ଭାବନା ଅଛି ବୋଲି କହିଥିଲେ। ସେହିପରି ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସଙ୍ଘର ସଭାପତି ଡକ୍ଟର ଅଜିତ କୁମାର ମିଶ୍ର ନିଜ ବକ୍ତବ୍ୟ ଦେବା ଅବସରରେ ଷ୍ଟାଡିୟମରେ ଥିବା ବାସ୍କେଟବଲ ପଡ଼ିଆର ଉନ୍ନତି ନିମନ୍ତେ ଦେଢ଼ ଲକ୍ଷ ଟଙ୍କା ଦେବା ନିମନ୍ତେ ଲୋକସଭା ସଦସ୍ୟ ରମେଶ ମାଝୀଙ୍କୁ ଅନୁରୋଧ କରିଥିଲେ। ଏଥିରେ ଶ୍ରୀ ମାଝୀ ନିଜସ୍ୱ ପାଣ୍ଠିରୁ ଟଙ୍କା ଦେବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଓକିଲ ସଂଘର ସଭାପତି ଆଶିଷ ରଞ୍ଜନ ପଟ୍ଟନାୟକ ପ୍ରମୁଖ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ସଙ୍ଘର ଉପସଭାପତି ଏମ. ବାଲାକୃଷ୍ନା ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ସମ୍ପାଦକ ଅଶୋକ ନାୟକ,ଶଶାଙ୍କ ଶେଖର ବେହେରା ସମେତ ଅନ୍ୟ ସମସ୍ତ ସଭ୍ୟ,ବିଭିନ୍ନ ବର୍ଗର ଖେଳାଳି ଏବଂ ଜିଲ୍ଲାର ପୂର୍ବତନ କ୍ରିଡ଼ାବିତ ଉପସ୍ଥିତ ଥିଲେ।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *