Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦ୍ୱିତୀୟ କରୋନା ଟୀକା ପାଇଁ ବରିଷ୍ଠ ନାଗରିକ ଘଣ୍ଟା ଘଣ୍ଟା ଧରି ହଟହଟା

1 min read

ଜୟପୁର(ସଖପ୍ର): ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରର କୁମ୍ଭାର ସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ।ବରିଷ୍ଠ ନାଗରିକ ମାନେ ଟୋକେନ୍ ନେବା ପାଇଁ ଏକ ଧାଡିରେ 150 ରୁ ଅଧିକ ଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ବଡ କଥା ହେଲା ପ୍ରଶାସନ ତରଫରୁ ସାମାଜିକ ଦୂରତ୍ୱର କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ବରିଷ୍ଠ ନାଗରିକ ମାନେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ଦ୍ୱିତୀୟ ଡୋଜ ଟୀକାକରଣ ପାଇଁ କୌଣସି ଟୋକେନ୍ ନେବା ଆବଶ୍ୟକ ନାହିଁ ବୋଲି ନିର୍ଦ୍ଦେଶ ଥିବା ବେଳେ ତାଙ୍କର ମୋବାଇଲକୁ ସନ୍ଦେଶ ପଠା ଯିବାର କଥା କିନ୍ତୁ ତାହା ପ୍ରଶାସନ ତରଫରୁ ବ୍ୟତିକ୍ରମ ହୋଇ ବରିଷ୍ଠ ନାଗରିକ ମାନଙ୍କୁ ଦୀର୍ଘ ଘଣ୍ଟା ଘଣ୍ଟା ଛିଡା କରି ଟୋକନ ଦେଉଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ନାଗରିକ ମାନେ କିନ୍ତୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଏ ବିଷୟରେ ଧ୍ୟାନ ଦେଉ ନଥିବା ପରିଲକ୍ଷିତ ହେଉଛି। ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ସମ୍ଭବ ହୋଇ ନଥିଲା।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *