Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦୋକାନୀ ଭାଇଙ୍କୁ କରୋନା ସଚେତନତା ବାର୍ତ୍ତା ପ୍ରଦାନ କଲେ ଓଡିଆ ଭାଷା ସାହିତ୍ୟ ଓ ପର୍ଯ୍ଯଟନ ମନ୍ତ୍ରୀ

1 min read

ବାଲେଶ୍ବର,୪/୫– ସାରା ବିଶ୍ବରେ କରୋନା ଭୟାବହତା ହୁ ହୁ ହୋଇ ବଢିଚାଲିଛି । ବିଭିନ୍ନ ମାଧ୍ୟମରେ ସରକାରଙ୍କ ତରଫରୁ ଘନଘନ ସଚେତନ ବାର୍ତ୍ତ ପ୍ରଦାନ କରାଯାଉଛି । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ ତା ୦୫/୫/୨୦୨୧ ରିଖ ଠାରୁ ତା ୧୯/୫/୨୦୨୧ ରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ବିଧାୟକ ତଥା ଓଡିଆ ଭାଷା ସାହିତ୍ୟ ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ହଠାତ୍ ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତରେ ପହଞ୍ଚି ଥିଲେ । ପଞ୍ଚାୟତର ଏକମାତ୍ର ବଜାର ଗଣ୍ଡିବେଡ ବଜାରର ସମସ୍ତ ଦୋକାନ ଭାଇ ମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ଲଙ୍କେଶ୍ବର ମହାଦେବ ବେଢା ପରିସରରେ ଏକତ୍ରିତ କରିଥିଲେ । ମାକ୍ସ ଓ ସାମାଜିକ ଦୂରତା ବଜାୟ ରଖି ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଲକ୍ ଡାଉନ୍ ପାଳନକୁ କଡାକଡି କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ପରିବାର ସଦସ୍ୟ ମାନଙ୍କୁ ମଧ୍ୟ ଘରୁ ବାହାରକୁ ନ ବାହାରିବା ପାଇଁ ଉପସ୍ଥିତ ସମସ୍ତ ବଜାରବାସୀଙ୍କୁ ବୁଝାଇଥିଲେ । ଏଥିରେ ୫ ନମ୍ବର ଜିଲ୍ଲାପରିଷଦ ଜୋନରସମସ୍ତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *