Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦୁଇ ସହୃଦୟ ବ୍ୟକ୍ତି ବୃଦ୍ଧା ମହିଳାଙ୍କ ଜୀବନ ବଞ୍ଚାଇଲେ

1 min read

ପୁରୁଷୋତ୍ତମପୁର ୧୩/୦୭ (ସଖପ୍ର): ଆଜି ମାଧ୍ୟାହ୍ନ ସମୟରେ ପୁରୁଷୋତ୍ତମପୁର ଋଷିକୂଲ୍ୟା ନଦୀ ମୁହାଁଣରେ ନର୍ମଦା ରାଉଳ ନାମକ ଏକା ବୃଦ୍ଧା ମହିଳା (ବୟସ 85 ) ନଦୀରେ କୌଣସି କାରଣରୁ ଭାସିଯାଇଥିଲେ। ରାସ୍ତାରେ ଯାଉଥିବା ଦୁଇଜଣ ଲୋକ ଲଛମନ ନାୟକ (42)ଗ୍ରାମ କପିଳେଶ୍ୱରପୁର ଶାସନ ଓ ଅନ୍ୟ ଜଣେ ହେଲେ ସୁରେଶ ଦାସ ଗ୍ରାମ ପାଳୁରୁ ରମ୍ଭା ଥାନା, ଉଭୟ ଦୁଇଜଣ ଉକ୍ତ ବୃଦ୍ଧା ମହିଳାଙ୍କୁ ଭାସୁଥିବାର ଦେଖି ଭାବବିହ୍ବଳ ହୋଇ ବୃଦ୍ଧାମହିଳାଙ୍କର ଜୀବନକୁ ବଞ୍ଚାଇବା ପାଇଁ ନଦୀରେ ପ୍ରବେଶ କରି ବୃଦ୍ଧା ମହିଳାଙ୍କୁ ନଦୀ କୁଳକୁ ଆଣିଲେ ଓ ସଙ୍ଗେ ସଙ୍ଗେ ଜୀବନ ବଞ୍ଚାଇ ପୁରୁଷୋତ୍ତମପୁରରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଚାଇ ଥିଲେ। ବୃଦ୍ଧାଙ୍କୁ ତୁରନ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ପାରିବାରୁ ବୃଦ୍ଧା ବଞ୍ଚିଗଲେ। ଏବେ ଉକ୍ତ ବୃଦ୍ଧା ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ଏହି ସହୃଦୟ ବ୍ୟକ୍ତିଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୂଅ ଛୁଟୁଛି।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିବାସୀ ଗୌଡ

ସବୁବର୍ଗ ଖବର

2 thoughts on “ଦୁଇ ସହୃଦୟ ବ୍ୟକ୍ତି ବୃଦ୍ଧା ମହିଳାଙ୍କ ଜୀବନ ବଞ୍ଚାଇଲେ

  1. I was very happy to find this website. I want to to thank you for ones time due to this fantastic read!! I definitely loved every part of it and i also have you book-marked to check out new stuff on your site.

Leave a Reply

Your email address will not be published. Required fields are marked *