Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ତାମିଲନାଡୁରେ କୋରାପୁଟ ଜିଲ୍ଲା ଯୁବ ମହିଳାଙ୍କ ଅସ୍ଵାଭାବିକ ମୃତ୍ୟୁ

1 min read

କୋରାପୁଟ ଜିଲ୍ଲା: କୋଟପାଡ଼ ଥାନା ଅନ୍ତର୍ଗତ ସରିଗାଁ ନିବାସୀ ସବିତା ବିଶୋଇ (24) ନାମକ ମହିଳା ଗତ କିଛି ଦିନ ତଳେ ସୁଦୂର ତାମିଲନାଡୁର ତିରୁପୂର ଯାଇଥିଲେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କାରିବା ପାଇଁ, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ୱାସ୍ଥ୍ୟବସ୍ଥା ଖରାପ ହେବାଯୋଗୁଁ ମେଡିକାଲରେ ଭର୍ତି କାରିବା ପରେ କରୋନା ପରୀକ୍ଷା ନେଗେଟିଭ ଆସିଥିଲା ଓ ଗତ 16/7 ରେ ତାଙ୍କ ମୃତ୍ୟୁ ସନ୍ଦେହ ଭିତରକୁ ଟାଣି ଆଣିଛି। କରୋନା ଜନିତ ମୃତ୍ୟୁ ନଥିଲେ ମଧ୍ୟ କୌଣସି RTPCR ରିପୋର୍ଟ ଏଠାରେ ହସ୍ତଗତ ହୋଇପାରିନାହିଁ। ଏହିଭଳି ପରିସ୍ଥିତିରେ ଗରିବ ପରିବାରର ସେହି ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ମର ଶରୀର ନିଜ ଗାଁ କୁ ଆଣିବା କଷ୍ଟ ସାଧ୍ୟ ହୋଇଥିବାବେଳ ସମୁଦାୟ 58,000 ଟଙ୍କା ଗାଡି ଭଡାରୁ ଉକ୍ତ ମହିଳାଙ୍କ ପରିବାର ତରଫରୁ ବହୁ କଷ୍ଟରେ 48000ଟଙ୍କା ଯୋଗାଡ଼ କରି ଦିଆଯାଇଥିଲା ଏବଂ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀଙ୍କ ତରଫରୁ 10 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରା ଯାଇଥିବାର ସୂଚନା ପ୍ରାପ୍ତ ହୋଇଛି। ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ବହୁତ ଖରାପ ଥିବା ବେଳେ ମହିଳାଙ୍କ ବାପା ଗତ ଦୁଇ ବର୍ଷ ତଳେ ଏକ ଦୁର୍ଘଟଣା ଗ୍ରସ୍ତ ହୋଇ କାମ କରିବାକୁ ଅକ୍ଷମ ହୋଇଥିବାରୁ ଘଟଣାଟି ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଛି । ତେବେ ଏହିଭଳି ମହାମାରୀ ଜନିତ ଘଡି ସନ୍ଧି ମୁହୂର୍ତ୍ତରେ ଲୋକେ କାମ କରିବାକୁ ରାଜ୍ୟ ବାହାରକୁ ଯାଇ ମୃତ୍ୟୁ ମୁଖରେ ପଡିବା କୋଉଠି ନା କୋଉଠି ସରକାରଙ୍କ ଶାସନ ନୀତି ଉପରେ ଆଙ୍ଗୁଠି ଉଠାଉଥିବା ବେଳେ ଆଉ କେତେ ଜଣ ରାଜ୍ୟ ବାହାରେ ଏହି ଭଳି ପରିସ୍ଥିତିର ସାମ୍ନା କରି ରହୁଛନ୍ତି ଆଉ ସେମାନେ କେତେ ମାତ୍ରାରେ ସୁରକ୍ଷିତ, ଏହିଭଳି ଅନେକ ପ୍ରଶ୍ନ ଉଠିବାରେ ଲାଗିଥିବା ବେଳେ ଘଟଣାରେ ମର୍ମାହତ ହୋଇ ପରିବାର ପ୍ରତି ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ସମସ୍ତ ସରକାରୀ ସହାୟତା ଦେବାର ପ୍ରତିଶୃତି ଦେବାର ଦେଖାଦେଇଛି ଓ ଶ୍ରୀ ପ୍ରଶାନ୍ତ ମହାନ୍ତି, ତ୍ରିପତି ବାଲାଜୀ ମହାନ୍ତି, ସୁଶାନ୍ତ ବକ୍ସି, ହେମନ୍ତ ପାତ୍ର, ଚିଣ୍ଟୁ ଦଳେଇ, ସନ୍ତୋଷ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସମବେଦନା ଜଣେଇଛନ୍ତି। ହେଲେ ଗାଡି ଭଡାର ବିଲ୍ ପଇଠ ପରେ ସରକାରୀ ସହାୟତା କେବେ ଯେ ମିଳିବ ତାହା ଦେଖିବାକୁ ବାକି ରହିଲା।

ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *