Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ସଦର ପୋଲିସର ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ,୨୧ ଗିରଫ

1 min read

କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): କୋରନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରିବାକୁକୋରାପୁଟ ଜିଲ୍ଲା- ଜୟପୁର ଲାଗିଛି।ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇସାରିଲାଣି ଏହି କରୋନା। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି। କରୋନା ମହାମାରୀ ଯେଉଁ ଭଳି ଦିନକୁ ଦିନ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରଥମେ ୧୦ ଟି ଜିଲ୍ଲାକୁ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୬ ଘଣ୍ଟା ଠାରୁ ସକାଳ ୫ ଘଣ୍ଟା ପର୍ଯ୍ୟନ୍ତ ଜାରି କରିଥିଲେ। ଏହାପରେ ବାକିତକ ଜିଲ୍ଲା ମାନଙ୍କରେ ମଧ୍ୟ ରାତ୍ରୀକାଳୀନ କର୍ଫ୍ୟୁ ରାତ୍ର ୯ ଠାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ଜାରି କରିଥିଲେ। ଏହାପରେ ରାଜ୍ୟ ସରକାର ସପ୍ତାହନ୍ତ ଶନିବାର-ରବିବାର ଦିନକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସଚେତନତା ଏକ ମାତ୍ର ବିକଳ୍ପ ରହିଛି। ଯେପରି କି ନିଜେ ସୁରକ୍ଷିତ ରଖିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେବା। କିନ୍ତୁ କେତେକ ଅମାନିଆ ଯୋଗୁଁ କୋରନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ପୋଲିସ ଦିନ ରାତି କଷ୍ଟ କରି ଅମାନିଆ ମାନଙ୍କୁ ସାବାଡ କରୁଛି।କାରଣ କରୋନା ଦାଉରୁ ରକ୍ଷା ପାଆନ୍ତୁ ବୋଲି। କିନ୍ତୁ ସୁଧୁରିବା ନାଁ ନେଉନାହାନ୍ତି କେତେକ ଅମାନିଆ।

କୋରାପୁଟ ଜିଲ୍ଲା ଜୟପୁର ଅନ୍ତର୍ଗତ ପଦମପୁର ଅଞ୍ଚଳର ଏକ ଜଙ୍ଗଲ ଭିତରେ ଚାଲିଥିଲା ଜୁଆ ଆଡ୍ଡା।ସାରା ରାଜ୍ୟ ଶନିବାର ଓ ରବିବାର ସଟଡାଉନ ଥିବା ବେଳେ କୈାଣସି ସାଧାରଣ ଲୋକ ଘରରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ, ଏହି ପଦମପୁର ଠାରେ ଏକ ବଡ଼ ଜୁଆ ଖେଳ ପଡ଼ିଥିଲା। କୈାଣସି ଏକ ସୂତ୍ରରୁ ୩୦ ରୁ ୩୫ ଜଣ ଜୁଆ ଖେଳୁଥିଥିବାର ଖବର ପାଇ ଜୟପୁର ସଦର ପୋଲିସ ପହଞ୍ଚି ଥିଲେ ପଦମପୁର ଗ୍ରାମରେ। ଏବଂ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୨୧ ଜଣଙ୍କୁ ଗିରଫ କରିଥିଲେ। ଏବଂ ଅନ୍ୟମାନେ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିଲେ।ଜଣେ ସିସିଏଲ୍ ସମେତ ୨୧ ଜଣଙ୍କୁ ଗିରଫ କରିବା ସହ ୭୦୦୦୦/ହଜାର ଟଙ୍କା ଓ ବିଭିନ୍ନ ମଡେଲର ୧୨ ଟି ମଟର ସାଇକେଲ ଓ ୧୩ଟି ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ପୋଲିସ କେସ ନମ୍ବର ୭୬ ତାରିଖ ୨୫/୦୪/୨୦୨୧ ଅନୁଯାୟୀ ଅଣ୍ଡର୍ ସେକ୍ସନ୍- ୨୯୪/୫୦୬/୩୫୩/୧୮୮/ଆଇ.ପି.ସି. ଆର/ଡାବ୍ଲୁ ସେକ୍ସନ ୩ ଓ.ପି.ଜି. ଏବଂ ସେକ୍ସନ ୫୧ (ବି) ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।କୋଭିଡ-୧୯ ର ନିଦ୍ଧେର୍ଶାବଳୀକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କୋରାପୁଟ ପୋଲିସ କୋଠର କାର୍ଯାନୁଷ୍ଠାନ ଗ୍ରହଣ କରିବାର ଦେଖିବାକୁ ମିଳିଛି।

ପ୍ରତିନିଧି ସୀମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *