Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ସଙ୍ଗମ କଲ୍ୟାଣ ମଣ୍ଡପଠାରେ ‘ଅନନ୍ୟା’ର ପାଠକାର୍ପଣ ଉତ୍ସବ ଅନୁଷ୍ଠିତ

1 min read

କୋରାପୁଟଜିଲ୍ଲା/ଜୟପୁର (ସଖପ୍ର) : ଆଜି ତା ୦୨-୧୦-୨୨ ରିଖ ରବିବାର ପୂର୍ବାହ୍ନ ୧୧ଟାରେ କବି ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣିଗ୍ରାହିଙ୍କର ପ୍ରଥମ କବିତା ସଂକଳନ “ଅନନ୍ୟା” ର ପାଠକାର୍ପଣ ଉତ୍ସବ ଜୟପୁର ସଙ୍ଗମ କଲ୍ୟାଣ ମଣ୍ଡପଠାରେ ଏକ ସାରସ୍ୱତ ସମାବେଶରେ ଅନୁଷ୍ଠିତ ହୋଇସାରିଛି।ପ୍ରଥମ ପର୍ବରେ ବିଶିଷ୍ଟ ସାରସ୍ୱତ ସାଧକ ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସାହିତ୍ୟିକ ଲକ୍ଷ୍ମୀକାନ୍ତ ପାଢ଼ୀ, ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ନଳିନୀ ରଞ୍ଜନ ମିଶ୍ର, ସୁଲେଖକ ଡ. ଗଙ୍ଗାଧର ନନ୍ଦ ଏବଂ ଓଡିଶା ନାଟକ ଏକାଡେମୀର ସଦସ୍ୟ ଶ୍ରୀଯୁକ୍ତ ନରେନ୍ଦ୍ର ମିଶ୍ରଙ୍କ କର କମଳରେ ପୁସ୍ତକଟି ପାଠକାର୍ପଣ ହୋଇଥିଲା। ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ବରେ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଡ. ପଦୀପ ମିଶ୍ର, ଡ. କମଳାକୃଷ୍ଣ ତ୍ରିପାଠୀ, ଡ. ମନୋରଞ୍ଜନ ପ୍ରଧାନ ଏବଂ ସୁ ସାହିତ୍ୟିକ ସୁଧିରାଜ ରାଉତ ପୁସ୍ତକ ପରିଚ୍ଚର୍ଯ୍ୟା କରିଥିଲେ। ତୃତୀୟ ପର୍ବରେ ସଭାମଣ୍ଡନ କରିଥିଲେ କବି ଜଳଧର ସ୍ୱାଇଁ ଏବଂ ଲେଖକ ସୁରେଶ ଦାସ। କବି ଓ କବୟିତ୍ରୀମାନଙ୍କ ଦ୍ୱାରା “ଅନନ୍ୟା” ସଂକଳନର କିଛି କବିତା ପାଠ କରା ଯାଇଥିଲା ଯାହାକୁ ସୁଶ୍ରୀ ସମର୍ପିତା ପାଣିଗ୍ରାହି ଓ ସୁଶ୍ରୀ ସଂଘମିତ୍ରା ସେଠୀ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମାତୃସଙ୍ଗୀତ ଗାନ କରିଥିଲେ ଶ୍ରୀଯୁକ୍ତ ସୁରେଶ ମିଶ୍ର ଏବଂ ସମର୍ପିତା ପାଣିଗ୍ରାହି। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି କବି ଅଶୋକ କୁମାର ପଲେଇ, କବି ନିରଞ୍ଜନ ପାଣିଗ୍ରାହି ଓ କବି ଅଶୋକ କୁମାର ମହାରଣାଙ୍କ ସଂଚାଳନାରେ ସାଫଲ୍ୟ ମଣ୍ଡିତ ହୋଇଥିଲା।ପରିଶେଷରେ କବୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣିଗ୍ରାହି ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *