Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ମୂଖ୍ୟ ରାଜପଥNH-26ରେନୂତନ ବ୍ରିଜ ନିର୍ମାଣ ନିମନ୍ତେ ଚଳାଚଳ ବନ୍ଦ

1 min read

ଜୟପୁର(ସଖପ୍ର): ବୋରିଗୁମ୍ମା ମୁଖ୍ୟ ରାଜପଥ ଏନ୍.ଏଚ୍.୨୬ ନୂତନ ବ୍ରିଜ ନିର୍ମାଣ କାର୍ଯ୍ୟ ନିମନ୍ତେ ବନ୍ଦ କରାଯାଇଛି। ଏୟାର କମ୍ପ୍ରେସର ସାହାଯ୍ୟରେ ଜୟପୁର ଉମୁରୀ ରେଳପଥର ନୂତନ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟା ଠାରୁ ଏହି ବ୍ରିଜ ଉପର ଦେଇ କୌଣସି ସାଧାରଣ ଲୋକ ଏବଂ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ସମସ୍ତ ବଡ଼ ଗାଡି ବୋରିଗୁମ୍ମା-କୋରାପୁଟ ଭାୟା ରାଣୀଗଡ ଦେଇ ଯାତାୟାତ କରୁଥିବା ସୂଚନା ମିଳିଛି ଏବଂ ଛୋଟ ଓ ଚାରିଚକିଆ ହାଲୁକା ଗାଡ଼ି ଜୟପୁର ମକାପୁଟ ଦେଇ ଉମୁରୀ ଛକ ବାହାରି ଜୟପୁର ମୁଖ୍ୟ କେନାଲ ଦେଇ ଯାତାୟାତ କରିବ ବୋଲି ସୂଚନା ମିଳିଛି।

ଏନ୍.ଏଚ୍. ବ୍ରିଜ କାର୍ଯ୍ୟ ପାଇଁ ଗମନାଗମନରେ ବାଧାପ୍ରାପ୍ତ ହୋଇଛି। ଏହି ନୂତନ ବ୍ରିଜ ଏକ ସପ୍ତାହ ମଧ୍ୟରେ ତିଆରି ହେବ ବୋଲି ସୂଚନା ମିଳିଛି। ଅନ୍ୟାନ୍ୟ ଯାନବାହାନ ମାନଙ୍କୁ ସଚେତନତା କରିବା ପାଇଁ ଜୟପୁର ମୁଖ୍ୟ ଚିକିତ୍ସାଳୟ ନିକଟରେ ପୋଲିସ ପୋଷ୍ଟ କରାଯାଇଛି।

ପ୍ରତିନିଧି ସୀମାଦ୍ରୀ ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *