Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଠାରେ କାଳୀକୃଷ୍ଣ ମନ୍ଦିରରେ ନବରାତ୍ର ଉତ୍ସବ ପାଳିତ

1 min read

ଜୟପୁର (ସଖପ୍ର): କୋରାପୁଟ ଜିଲ୍ଲା ଜୟପୁର ସହର ପାର୍କଲାଇନ ଠାରେ ସଦଗୁରୁଦେବ ଶ୍ରୀ ଶ୍ରୀ ସତ୍ୟାନନ୍ଦ ସରସ୍ବତୀ ମହାରାଜାଙ୍କଦ୍ବାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘ ଅବସ୍ଥିତ। ସଂଘ ଆନୁକୁଲ୍ୟରେ ୨୦୦୯ ମସିହାରେ ନିର୍ମିତ କଳୀକୃଷ୍ଣ ମନ୍ଦିର ତଥା ସତ୍ୟାନନ୍ଦ ସତସଙ୍ଗ କେନ୍ଦ୍ରରେ ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ନବରାତ୍ର ପୂଜା ଅନୁଷ୍ଠିତ ହୋଇଅଛି। ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ମା ଙ୍କ ଠାରେ ଷୋଡଷ ଉପଚାର ପୂଜା ସହ ଭଜନ କିର୍ତ୍ତନ ହୋଇଅଛି। ଚତୁର୍ଥୀ ଠାରୁ ନବମୀ ପର୍ଯ୍ୟନ୍ତ ଛଅଦିନ ମା ଙ୍କ ନବାକ୍ଷରୀ ମନ୍ତ୍ରରେ ହୋମସହ ଆହୁତି ପ୍ରଦାନ କରାଯାଇଛି। ଶ୍ରଦ୍ଧାଳୁ ମାନେ ମାନସିକ ପୂରଣ ପାଇଁ ନବରାତ୍ର ବ୍ରତ ପାଳନ ଓ ଏଠାରେ ଭକ୍ତମାନେ ନଅ ଦିନ ଅଖଣ୍ଡ ଦୀପ ଜଳାଇ ମା ଙ୍କୁ ପୂଜା ଅର୍ଚ୍ଚନା କରିଛନ୍ତି। ନବମୀ ଦିନ ବ୍ରତଧାରୀମାନେ ନବକୁମାରୀ ମାନଙ୍କୁ ନାନାଦ୍ରବ୍ୟ ଅର୍ପଣ କରି ପୂଜାର୍ଚ୍ଚନା ସହ ବ୍ରତ ସମାପନ କରିଛନ୍ତି। ତତ୍ ପରେ ଯଜ୍ଞାନୁଷ୍ଠାନ ହୋଇ ସର୍ବଦେବାଦେବୀଙ୍କୁ ଆହୁତି ପ୍ରଦାନ ପୂ୍ବକ ପୂର୍ଣ୍ଣାହୂତି ହୋଇଥିଲା। ଏହାର ପୁଣ୍ୟଫଳ ବିଶ୍ବକଲ୍ୟାଣ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଥିଲା। କଳାହାଣ୍ଡିରୁ ନୈଷ୍ଠିକ ବ୍ରାହ୍ମଣ ଆସି ଗୁରୁପୁତ୍ର ଶ୍ରୀ ଶ୍ରୀ ଜଗଦାନନ୍ଦଙ୍କ ତତ୍ତ୍ୱାବଧାନରେ ଏହି ଅନୁଷ୍ଠାନ ସମାପନ କରିଥିଲେ। ଏହି ନବରାତ୍ର ଉତ୍ସବ କୋଭିଡ ୧୯ ନିୟମ ମାନି ପାଳିତ ହୋଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *