Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଉପଖଣ୍ଡ ସ୍ତରୀୟ ୭୬ତମ ସ୍ଵାଧୀନତା ଦିବସ-୨୦୨୨ ପାଳିତ

1 min read

ଜୟପୁର ୧୫/୦୮ (ସଖପ୍ର):- ଜୟପୁର ଉପଖଣ୍ଡୀୟ ୭୬ତମ ସ୍ଵାଧୀନତା ଦିବସ ମହୋତ୍ସବ ଜୟପୁର ଦଶହରା ପଡିଆ ଠାରେ ପାଳନ କରାଯାଇଛି । ଏହି ପବିତ୍ର ଦିବସ ଉପଲକ୍ଷେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବେଦବର ପ୍ରଧାନ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବାହ୍ନ ୯.୧୦ ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ମହାମାରୀ କରୋନା ଭୂତାଣୁ ଏବଂ ସରକାରଙ୍କ ନିୟମକୁ ପାଳନ କରି ଚଳିତ ବର୍ଷ ସାମୁହିକ ପ୍ୟାରେଡ ହୋଇ ନାହିଁ । କେବଳ ଗୋଟିଏ କଣ୍ଟିଜେଣ୍ଟ ପୁଲିସ ବାହିନୀ ଯୋଗ ଦେଇଥିଲେ । “ ଏକତା ହିଁ ବଳ ତେଣୁ ଏକତା ସୂତ୍ରରେ ବାନ୍ଧି ଏହି ଅଞ୍ଚଳର ବିକାଶ ଦିଗରେ ସହାୟକ ହୋଇ ଆଗକୁ ବଢିବା ଯାହା ଫଳରେ ଆମ ଦେଶ ଆମ ସହର ଓ ଆମ ଅଞ୍ଚଳର ବିକଶିତ ହେବ” ବୋଲି ଉପଜିଲ୍ଲାପାଳ ମହୋଦୟ ଜୟପୁର ସହରବାସୀଙ୍କୁ ବାର୍ତ୍ତା ଦେଇଥିଲେ । ତତ୍ ପରେ ଉପଖଣ୍ଡରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଶ୍ରେଷ୍ଠତା ପ୍ରତିପାଦନ କରି ଥିବା ଛାତ୍ର ଛାତ୍ରୀ ଓ ବ୍ୟକ୍ତି ବିଶେଷ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା(ଶ୍ରେଷ୍ଠ ଶିକ୍ଷକ ଶ୍ରୀ ସତ୍ୟ ନାରାୟଣ ନାୟକ,ପ୍ରଧାନ ଶିକ୍ଷକ ଘିଉରୀ, ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶ୍ରେଷ୍ଠ ପୋଲିସ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ମଣ୍ଡଳ, ଇନ୍ସପେକ୍ଟର incharge ଓ ଶ୍ରୀ ବିଷ୍ଣୁ ଚରଣ ବେହେରା, ପୋଲିସ କର୍ମଚାରୀ, ଶ୍ରେଷ୍ଠ ଅଗ୍ନିଶମ କର୍ମଚାରୀ ଶ୍ରୀ ହେମରାଜ ସାହୁ, ଆଗ୍ନିକ, ଶ୍ରେଷ୍ଠ ରକ୍ତ ଦାନ ଦାତା ଶ୍ରୀ ରାଜୀବ ହିଆଲ, ଶ୍ରେଷ୍ଠ ସ୍ଵଚ୍ଛତା କର୍ମଚାରୀ ଶ୍ରୀ ଭୀମ ମାଝି ଓ ଶିବ ମାଝୀ, ଜୟପୁର ପୌରପାଳିକା କାର୍ଯ୍ୟ।ଳୟ, ମେଧାବୀ ଛାତ୍ର ଛାତ୍ରୀ ଦଶମ ICSEରେ ଶ୍ରୀଶାନ୍ତ ଦାସ, ପବ୍ଲିକ ସ୍କୁଲ CBSCରେ ଅଭିଷିକ୍ତା ସାହୁ, ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟ, BSEରେ ଶ୍ରୀୟା ନାୟକ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, BSE ଓଡ଼ିଶା, ଇଂରାଜୀ ମାଧ୍ୟମରେ ଓମ ପ୍ରକାଶ ସାହୁ, ସିଟି ଉଚ୍ଚ ବିଦ୍ୟାଳୟ ସେହିପରି ଯୁକ୍ତ ଦୁଇ ବଣିଜ୍ୟରେ ସୁଶ୍ରୀ ସମ୍ପଦା ମିଶ୍ର, ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଜୟପୁର, ବିଜ୍ଞାନରେ ଶ୍ରୀମାନ ଅଂଶୁମାନ ସାହୁ ,ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଜୟପୁର, କଳାରେ ସୁଶ୍ରୀ କେ. ଗାୟତ୍ରୀ, ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର ଓ ଶ୍ରେଷ୍ଠ କ୍ରୀଡାବିତ) । ଏହି ଉତ୍ସବରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଅରୂପ ଅଭିଷେକ ବେହେରା, ନିର୍ବାହୀ ଅଧିକାରୀ , ପୌରପାଳିକା ଶ୍ରୀ ସିଦ୍ଧାର୍ଥ ପଟନାୟକ, ତହସିଲଦାର ଶ୍ରୀମତୀ ଟୁଲିଆମ୍ମା ପ୍ରଧାନ, ଟାଉନ ଥାନା ଭାରପ୍ରାପ୍ତ ପୁଲିସ ଅଧିକାରୀ, ଶ୍ରୀ ସଞ୍ଜୟ କୁମାର ମଣ୍ଡଳ, ସଦର ଥାନା ଭାରପ୍ରାପ୍ତ ପୁଲିସ ଅଧିକାରୀ, ଶ୍ରୀ ଈଶ୍ଵର ତାଣ୍ଡି, ମହିଳା ଥାନା ଭାରପ୍ରାପ୍ତ ପୁଲିସ ଅଧିକାରୀ, ଶ୍ରୀ ନିରଞ୍ଜନ ପାଣିଗ୍ରାହୀ, PET ମଡର୍ଣ୍ଣ ସ୍କୁଲ, ଶ୍ରୀ ରବି ନାୟକ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିଲେ । ଏହି ଉତ୍ସବରେ ସହକାରୀ କର୍ମଚାରୀ ଶ୍ରୀ ସନ୍ତୋଷ କୁମାର ସାହୁ, କିରାଣୀ-ତଥା-ଗ୍ରନ୍ଥାଗାରିକ, ଜୟପୁର, ଶ୍ରୀ ଅଶୋକ ବିଶ୍ଵାଳ, ଶିକ୍ଷକ ଓ ଲକ୍ଷ୍ମୀ ନାରାୟଣ ପାଢି ପ୍ରମୁଖ ସହଯୋଗ କରି ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *