Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

1 min read

କୋରାପୁଟଜିଲ୍ଲା/ ଜୟପୁର (ସଖପ୍ର): ଜୟପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୀମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ରୂପେ ବିଶିଷ୍ଟ ଶିକ୍ଷାବିତ୍ ନଳିନୀ ରଞ୍ଜନ ମିଶ୍ର, ମୁଖ୍ଯବକ୍ତା ଭାବେ ଶିକ୍ଷାବିତ୍ ଶ୍ରୀଯୁକ୍ତ ସୁରେନ୍ଦ୍ର ପଟ୍ଟନାୟକ ଯୋଗଦେଇ ଛାତ୍ର ଛାତ୍ରଛାତୀ ମାନଙ୍କୁ ମାର୍ଗ ଦର୍ଶନ କରିବା ସହିତ ସେମାନଙ୍କର ସର୍ବସଫଳତା କାମନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ପ୍ରଭାତ କୁମାର ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ଶିକ୍ଷକ ଯଜ୍ଞେଶ୍ୱର ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ପ୍ରାକ୍ତନ ସଂସ୍କୃତ ଶିକ୍ଷକ ସ୍ୱର୍ଗତ ଅନନ୍ତ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ସୁପୁତ୍ର ନଳିନୀ ରଞ୍ଜନ ମିଶ୍ର ମାଟ୍ରିକ୍ ବୋର୍ଡ ପରୀକ୍ଷାର ସଂସ୍କୃତରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ମନୋଜ କୁମାର ପାଙ୍ଗୀଙ୍କୁ ୧୦୦୦ଟଙ୍କାର ଅର୍ଥ ରାଶୀ ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରିଥିଲେ। ପରେପରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା,ଶିକ୍ଷା ଓ ସହଶିକ୍ଷା କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ ନରେଶ କୁମାର ଷଡଙ୍ଗୀ ,ସୋମନାଥ ସାକିଆ, ହିତକର ଚରତି, ଏନ୍. ପଦ୍ମାବତୀ, ପ୍ରଭାତୀ ପାଣିଗ୍ରାହୀ, କେ.ପ୍ରମିଳା ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସୁବର୍ଣ୍ଣ କୁମାରୀ ଖିଲ, ବନିତା ଶତପଥୀ,ରଶ୍ମିତା ନାହାକ, ସନ୍ତୋସିନୀ ପଣ୍ଡା, ଶୁଭସ୍ମିତା ସାହୁ, ବନିତା ପଣ୍ଡା ପରିଚାଳନା କରିଥିଲେ। ଶିକ୍ଷକ ବିଶ୍ୱ ରଞ୍ଜନ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଚିତ୍ରକଳା ଶିକ୍ଷକ ପ୍ରଭାକର ମହାରଣା ବାଲୁକା କଳା ପ୍ରଦର୍ଶନ କରିଥିଲେ। ଶିକ୍ଷକ ତନବୀର ମହମ୍ମଦ, ଭଗବାନ ସାବତ,ସୁଜିତ୍ କୁମାର ନାୟକ, ଦେବେନ୍ଦ୍ର କୁମାର ପାଢ଼ୀ, କଲ୍ୟାଣୀ ନାୟକ, ସୁଚରିତା ପଟ୍ଟନାୟକ, ଦୁର୍ଗା ପ୍ରାସାଦ ପାତ୍ର, ସାଗରିକା ପାତ୍ର, ସୁଧା ପଟ୍ଟନାୟକ, ପପିତା ପ୍ରଧାନ, କାଳୀ ପ୍ରାସାଦ ମିଶ୍ର, ଏନ୍. ନାଗେଶ୍ଵର ରାଓ, ରଜନୀ କାନ୍ତ ଘଡେ଼ଇ, ଏ. ମୂରଲୀ, ମହମ୍ମଦ ସରିଫ୍ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟନ୍ତୀ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସବୁବର୍ଗ ଖବର

1 thought on “ଜୟପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

Leave a Reply

Your email address will not be published. Required fields are marked *