Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁରସ୍ଥିତ ଯାଦବ ଭବନ ଠାରେ ‘ଶ୍ରୀ ବିଶ୍ୱକର୍ମା ମହାରଣାକୁଳ ସେବାସଂଘ’ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

1 min read

ଜୟପୁର ୩୧/୧୦ (ସଖପ୍ର): ଆଜି ଜୟପୁରସ୍ଥିତ ଯାଦବ ଭବନଠାରେ ଅବିଭକ୍ତ କୋରାପୁଟଜିଲ୍ଲା (ଜୟପୁର ତାଲୁକା) ଶ୍ରୀ ବିଶ୍ୱକର୍ମା ମହାରଣାକୁଳ ସେବାସଂଘର କାର୍ଯ୍ୟକାରିଣୀ ବୈଠକ ସାହେବ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ମୀନକେତନ ପରିଛା, ସମ୍ମାନୀୟ ଅତିଥି ପବ୍ଲିକ ରାଇଟ ଆସୋସିଏସନର ଅବିଭକ୍ତ କୋରାପୁଟଜିଲ୍ଲା ସଭାପତି ଦେବେନ୍ଦ୍ର ବାହିନୀପତି ଯୋଗଦେଇ ଥିଲେ । ସେବାସଂଘର ସାଧାରଣ ସଂପାଦକ ସାହେବ ମହାରଣା ବାର୍ଷୀକ ବିବରଣୀ ପାଠ କରିଥିଲେ । ପାରାବେଡାରେ ଭଗବାନ ବିଶ୍ୱକର୍ମାଙ୍କର ମନ୍ଦିର ନିର୍ମାଣ କିପରି ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ମନ୍ଦିର ନିର୍ମାଣ ପରେ କଲ୍ୟାଣ ମଣ୍ଡପ ଓ ବୃଦ୍ଧାଶ୍ରମ ନିର୍ମାଣ ସକାଶେ ମତ ପ୍ରକାଶ ପାଇଥିଲା । ସେବାସଂଘର ସଭ୍ୟମାନଙ୍କୁ ପରିଚୟପତ୍ର ପ୍ରଦାନ କରିବାସହ ବିଶ୍ୱକର୍ମାକୁଳ ଲୋକମାନେ ଓବିସି ଶ୍ରେଣୀର ହୋଇଥିବାରୁ ସରକାରଙ୍କ ତରଫରୁ ସୁବିଧା ସୁଯୋଗ ପାଇବାକୁ ମୁଖ୍ୟମନ୍ନ୍ରୀଙ୍କୁ ଦୀବୀପତ୍ର ପ୍ରଦାନ କରାଗଲା । ସର୍ବସମ୍ମତିକ୍ରମେ ବରିଷ୍ଠ ଆଇନଜୀବୀ ମୀନକେତନ ପରିଛାଙ୍କୁ ସେବାସଂଘର ଆଇନ ପରାମର୍ଶଦାତା ଦାୟିତ୍ୱ ଅର୍ପଣ କରାଗଲା । ସେବାସଂଘର କାର୍ଯ୍ୟକାରିଣୀ ବୈଠକରେ ସଭାପତି ବିନାୟକ ମହାରଣା,ଉପସଭାପତି, ସୂର୍ଯ୍ୟଭାନୁ ମହାରଣା, ପ୍ରଭାକର ମହାରଣା, ରଘୁନାଥ ମହାରଣା,ଉଦୟନାଥ ମହାରଣାଙ୍କ ସହ ସେବାସଂଘର ଅନେକ ସଭ୍ୟ ଉପସ୍ଥିତ ଥିଲେ ।

ପ୍ରତିନିଧି ସନ୍ତୋଷ ପାତ୍ର

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *