Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁରରେ ମାରୁତି ୱେଗନର କାର୍ ସହ ଡ୍ରଗସ୍ ଜବତ ଓ ୪ଗିରଫ

1 min read

କୋରାପୁଟଜିଲ୍ଲା (ସଖପ୍ର):ଜୟପୁର ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। କୋରାପୁଟ ଜିଲ୍ଲାରେ ପୋଲିସକୁ ଚ୍ୟାଲେଞ୍ଜ କରି ଦିନକୁ ଦିନ ବଢ଼ିଚାଲିଛି ଚୋରା କାରବାର।କେବେ ଗଞ୍ଜେଇ ଚୋରାଚାଲାଣ ତ କେବେ ଡ୍ରଗସ୍ ଚୋରାଚାଲାଣ। କରୋନାର ଦ୍ଵିତୀୟ ଲହରୀକୁ ନେଇ ସାରା ଦେଶରେ ଘାତକ ପରିସ୍ଥିତି ରହିଥିବା ବେଳେ ଓଡ଼ିଶାରେ କରୋନାର କରାଳ ରୂପକୁ ଦେଖି ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଏବଂ ସପ୍ତାହନ୍ତ ସଟ୍ ଡାଉନ୍ ଲାଗୁକରିଛନ୍ତି। ଏହାର ଫାଇଦା ଉଠାଉଛନ୍ତି ମାଫିଆ ମାନେ ।

ଏହିପରି ଫାଇଦା ଉଠେଇ ଏକ ଗାଢ଼ ସବୁଜ ରଙ୍ଗର ୱେଗନର ଆର୍ କାର୍ ଗାଡ଼ି ନମ୍ବର ଓ.ଡି. ୧୦ ଏଲ୍.୧୨୯୭ ଦ୍ଵାରା ୭୯୦ ଏମ୍ପଲସ ତଥା ( ୨୩.୭ ଗ୍ରାମ) ପେଣ୍ଟାଜୋସିନ୍ ଇଞ୍ଜେକସନ ନେଉଥିବା ବେଳେ ଗିରଫ ହୋଇଛନ୍ତି ୪ ଜଣ ଅଭିଯୁକ୍ତ। ଏହି ପେଣ୍ଟାଜୋସିନ୍ ଇଞ୍ଜେକସନ ନିଶା ନେଉଥିବା ଯୁବକ ମାନେ ନେଇ ବ୍ୟବହାର କରିଥାନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ସୁଶାନ୍ତ ମହାନ୍ତି (୩୨) ପିତା କବିରାଜ ମହାନ୍ତି, ନୂଆଗାଁ ,ଆସିକା ଗଞ୍ଜାମ ଜିଲ୍ଲା, ବର୍ତ୍ତମାନ ସୁଶାନ୍ତ ମହାନ୍ତି କୋରାପୁଟ ଜିଲ୍ଲା ସୁନାବେଡ଼ା ଠାରେ ରହୁଥିବା ସୂଚନା ମିଳିଛି ତାଙ୍କ ଠାରୁ ପୋଲିସ ଏକ ରିୟଲମୀ ମୋବାଇଲ ଫୋନ ଏବଂ ନଗଦ ୪୧୦୦୦/ ହଜାର ଟଙ୍କା ଜବତ କରିଥିଲେ। ରାମ ହରିଜନ ( ୩୦)ପିତା ରାଜିବ ହରିଜନ ଜୟପୁର, ଡ଼ଙ୍ଗା ଗୁଡ଼ା, ରାମ ହରିଜନଙ୍କ ଠାରୁ ପୋଲିସ ଏକ ଛୋଟ ନୋକିଆ ମୋବାଇଲ ଫୋନ୍ ଏବଂ ନଗଦ ୧୧୦ ଟଙ୍କା ଜବତ କରିଥିଲେ ପୋଲିସ ଓ ନବିନ ରାଉତ (୨୯) ପି ରାମଚନ୍ଦ୍ର ରାଉତ, ଜୟପୁର, ବାପୁଜୀ ନଗର, ନବିନଙ୍କ ପାଖରୁ ନଗଦ ୧୪୦୦ ଟଙ୍କା ଜବତ କରିଥିଲେ ପୋଲିସ ଏବଂ ଦିଲିପ୍ କୁମାର ହନ୍ତାଳ (୨୯) ପିତା ରାମ ହନ୍ତାଳ ଜୟପୁର ବାପୁଜୀ ନଗର, ଦିଲିପ୍ ପାଖରୁ ଏକ ଅପୋ ମୋବାଇଲ ଫୋନ ଏବଂ ନଗଦ ୮୯୦୦/ଟଙ୍କା ଜବତ କରିଛି ପୋଲିସ୍। ପୋଲିସ କେସ୍ ନମ୍ବର ୧୦୯ ଅଣ୍ଡର୍ ସେକ୍ସନ୍-୨୧ବି ଏନଡିପିଏସ୍ ଆକ୍ଟ ଅନୁଯାୟୀ ୧୮ ସି,୨୭ ବି ୩, ଏକ ଡ୍ରଗସ୍ କସ୍ମେଟିକ ଆକ୍ଟ ୧୯୪୦ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଦୀର୍ଘ ଦିନ ହେଲା କୋରାପୁଟ ଜିଲ୍ଲାରେ ଏହି ବ୍ୟବସାୟ ଚାଲୁଥିଲେ ମଧ୍ୟ ପୋଲିସ ଏହାର ଟେର୍ ପାଉ ନ ଥିଲା। ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସଠିକ ତଦନ୍ତ ପରେ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *