Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ନ୍ୟାୟାଳୟ ପରିସରରେ ପୋକସୋ ଆଇନ ଅନ୍ତର୍ଗତ ସ୍ଵତନ୍ତ୍ର ଅଦାଲତ ଉଦ୍ଘାଟିତ

1 min read

ଜୟପୁର ୧୮/୦୭ (ସଖପ୍ର): ଆଜି ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ. ମୁରଲୀଧର, ଜଷ୍ଟିସ ବିଶ୍ଵନାଥ ରଥ, ଜଷ୍ଟିସ ଏସ. ତଳପାତ୍ର ଓ କୋରାପୁଟ ଜିଲ୍ଲା ପାଇଁ ପ୍ରଶାସନିକ ନ୍ୟାୟମୂର୍ତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ଅନ୍ୟାନ୍ୟ ବିଚାରପତିଙ୍କ ଦ୍ୱାରା ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ସୌମେନ୍ଦ୍ର କୁମାର ରାଜଗୁରୁ, ଜଯପୁର ଉପ ଜିଲ୍ଲାପାଳ ବେଦବର ପ୍ରଧାନ, ଉପ ଆରକ୍ଷୀ ଅଧିକ୍ଷକ ଉତ୍କଳ ରଞ୍ଜନ ଦାସ, ଭିଜିଲାସନ୍ସ ଜଜ ଶ୍ରୀଯୁକ୍ତ ରାଜେଶ ଏକ୍କା, ରେଜିଷ୍ଟ୍ରାର ଶ୍ରୀଯୁକ୍ତ ଶରତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ପରିବାର ଅଦାଲତ ଜଜ ଡ. ପବିତ୍ର ମୋହନ ସାମଲ, ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ଜଜ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାସମଲ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ରାଜେଶ କୁମାର ନାୟର, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀଯୁକ୍ତ ଦିଲିପ କୁମାର ସାହୁ, ମହିଳା ଅଦାଲତ ଜଜ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ବରିଷ୍ଠ ଦେୱାନୀ ବିଚାରପତି ଏମଏସ ମୁସାରତ ଜହିନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ଶୁଭ ଗୌତମ ମିଶ୍ର, ଏସ. ଡି. ଜେ. ଏମ. ଶ୍ରୀମତୀ ରେଖାରାଣୀ ପଣ୍ଡା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଚରଣ କୁମାର ଜେନା, ଏମ ଏସ ପଲ୍ଲବୀ ପ୍ରିୟଦର୍ଶିନୀ ଦାସ, ଏସ.ଡି.ପି.ଓ. ଶ୍ରୀଯୁକ୍ତ ଅରୂପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘ, ଜୟପୁରର ସମ୍ପାଦକ ଶ୍ରୀଯୁକ୍ତ ଆନନ୍ଦ ରଥ, ସରକାରୀ ଓକିଲ ଶ୍ରୀଯୁକ୍ତ ବିଷ୍ଣ ପ୍ରସାଦ ପାତ୍ର, ପବ୍ଲିକ ପ୍ରସିକ୍ୟୁଟର ଶ୍ରୀମତୀ ଶୈଳଜା ପଟ୍ଟନାୟକଙ୍କ ସମେତ ଜିଲ୍ଲା ଓକିଲ ସଂଘ, ଜୟପୁରର ଅନ୍ୟ ସମସ୍ତ ସଭ୍ୟ ଓ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ପୋକସୋ ଆଇନ ଅନ୍ତର୍ଗତ ଏହି ସ୍ଵତନ୍ତ୍ର ଅଦାଲତରେ ମୋଟ ୧୮୮ଟି ମାମଲା ବିଚାରାଧୀନରହିଛି । ଶ୍ରୀଯୁକ୍ତ ସି. ଏଚ. ବାସୁଦେବ ପାତ୍ର ଏହି ସ୍ଵତନ୍ତ୍ର ପୋକସୋ ଅଦାଲତରେ ନୂତନ ବିଚାରପତି ଭାବେ ଯୋଗ ଦେଇଛନ୍ତି । ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ଯୌନ ନିର୍ଯ୍ୟାତନା ସମ୍ବନ୍ଧିତ ଯାବତୀୟ ମାମଲା ଏହି ସ୍ଵତନ୍ତ୍ର ପୋକସୋ ଅଦାଲତରେ ବିଚାର କରାଯିବ ।

ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ନ୍ୟାୟାଳୟ ପରିଚାଳକ ଶ୍ରୀ ନିତ୍ୟାନନ୍ଦ ମହାନ୍ତି, ନାଜ଼ୀର ଏ. ରମେଶ କୁମାର, ନାଏବ ନାଜ଼ୀର ଶ୍ରୀ ଦେବେନ୍ଦ୍ର କୁମାର ନାୟକ, ମୁଖ୍ୟ କିରାଣୀ ଶ୍ରୀ ପ୍ରଦୀପ କୁମାର ମିଶ୍ର ପରିଚାଳନା କରିଥିଲେ l ଏହି ଉଦଘାଟନୀ ଉତ୍ସବର ଭିଡ଼ିଓ କନଫରେନସିଂ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ସିଷ୍ଟମ ଅଫିସର ଶ୍ରୀ ରଜନୀକାନ୍ତ ଲିମା ଓ ସହଯୋଗୀ ଶ୍ରୀଯୁକ୍ତ ରାଜେଶ ସିଂ, ଶ୍ରୀମାନ ସନ୍ତୋଷ କୁମାର କନ୍ଧପାନ ପ୍ରମୁଖ ସୂଚାରୁ ରୂପେ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ. ମୁରଲୀଧର ତାଙ୍କ ବକ୍ତବ୍ୟରେ ପୋକସୋ ଆଇନ ୨୦୧୨ ଏକ ଜନହିତକର ଆଇନ ଓ ତ୍ଵରିତ ନ୍ୟାୟ ପ୍ରଦାନକାରୀ ଆଇନ ବୋଲି ମତବ୍ୟକ୍ତ କରିଥିଲେ । ଏହି ସ୍ଵତନ୍ତ୍ର ଅଦାଲତ ପ୍ରତିଷ୍ଠା ଦ୍ଵାରା ପୋକସୋ ଆଇନ ଅନ୍ତର୍ଗତ ବିଭିନ୍ନ ମାମଲାର ତ୍ଵରିତ ଫଇସଲା ହୋଇପାରିବ ବୋଲି ବିଚାରପତିମାନେ ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଜେନେରାଲ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଆରବିଷ୍ଟ୍ରେସନ କୋ – ଅର୍ଡିନେଟର ଶ୍ରୀଯୁକ୍ତ ସୌମକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟରେ କୋରାପୁଟ ଜିଲ୍ଲା ସମେତ ଆଉ ସାତୋଟି ଜିଲ୍ଲାରେ ମଧ୍ୟ ଆଜି ଏହି ସ୍ଵତନ୍ତ୍ର ପୋକସୋ ଅଦାଲତ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଉଦ୍ଘାଟିତ ହୋଇଯାଇଛି ।

ସବୁବର୍ଗ ଖବର

2 thoughts on “ଜିଲ୍ଲା ନ୍ୟାୟାଳୟ ପରିସରରେ ପୋକସୋ ଆଇନ ଅନ୍ତର୍ଗତ ସ୍ଵତନ୍ତ୍ର ଅଦାଲତ ଉଦ୍ଘାଟିତ

  1. I was very happy to find this website. I want to to thank you for ones time due to this fantastic read!! I definitely loved every part of it and i also have you book-marked to check out new stuff on your site.

Leave a Reply

Your email address will not be published. Required fields are marked *