Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚାରୁକଳା ସୋସାଇଟି ତରଫରୁ ସଂଗୀତ ଏବଂ ବାଦ୍ୟଯନ୍ତ୍ର ପରୀକ୍ଷା ଅନୁଷ୍ଠିତ

1 min read

ଜୟପୁର (ସଖପ୍ର): ଜୟପୁର ସ୍ୱର ଘୁଙ୍ଗୁର ଠାରେ ଆଜି କଲିକତା ଚାରୁକଳା ସୋସାଇଟି ତରଫରୁ ସଂଗୀତ ଏବଂ ବାଦ୍ୟଯନ୍ତ୍ର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ପଶ୍ଚିମବଙ୍ଗର ସଙ୍ଗୀତଜ୍ଞ ଶ୍ରୀ ତପନ ପୁରୁଆ ମୁଖ୍ୟ ପରୀକ୍ଷାର୍ଥୀ ରୂପେ ଯୋଗ ଦେଇଥିଲେ । ସଂଗୀତ ପ୍ରବେଶ ପରୀକ୍ଷାରେ ଆଠ ଜଣ ଏବଂ ସଂଗୀତ ପ୍ରଥମ ବର୍ଷ ପରୀକ୍ଷାରେ ୧୫ ଜଣ ତଥା ତବଲା ପ୍ରବେଶ ପରୀକ୍ଷାରେ ଜଣେ ଏଭଳି ସମୁଦାୟ ୨୪ ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଗୁରୁ ଶ୍ରୀ ସୁବଲ ବାଲାଙ୍କ ତତ୍ୱାବଧାନରେ ସମସ୍ତ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ।
ଏହାକୁ ଜୟପୁର ସ୍ୱର ଘୁଙ୍ଗୁରର ପ୍ରତିଷ୍ଠାତା ଶ୍ରୀ ଧିରେନ ମୋହନ ପଟ୍ଟନାୟକ ଆୟୋଜନ କରିଥିଲେ ଏବଂ ଏହି ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ସ୍ୱର ଘୁଙ୍ଗୁର ଅନୁଷ୍ଠାନ ଦ୍ୱାରା ସଂଗୀତ ଏବଂ ବାଦ୍ୟଯନ୍ତ୍ର ପରୀକ୍ଷା ଆୟୋଜନ କରାଯିବ ବୋଲି ସୂଚନା ଦେଇଦେଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *