Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗ୍ଲାଇଡଙ୍ଗରେ ଉତ୍ତୀର୍ଣ୍ଣ ହୋଇ ଆକାଶରେ ଉଡିଲେ ବଣ୍ଡା ଯୁବକ ଲକିନାଥ…

1 min read

ମାଲକାନଗିରି(ସଖପ୍ର ):ଓଡିଶାର ବଣ୍ଡା ଜନଜାତିର ପ୍ରଥମ ଯୁବକ ଲକିନାଥ, ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ପରକନମାଲା ଗ୍ରାମରେ ବସବାସ କରୁଥିବା ବେଳେ ନିଜର ଉଦ୍ୟମ ଓ ପ୍ରୟାସ ଯୋଗୁଁ ଆଜି ନିଜ ଜିଲ୍ଲା ପାଇଁ ଗର୍ବ ଆଣିବା ସହ ଖୋଲା ଆକାଶରେ ପାରା ଗ୍ଲାଇଡଙ୍ଗ କରି ଇତିହାସ ରଚିଛନ୍ତି । ମାଲକାନଗିରି ମହାବିଦ୍ୟାଳୟରେ ଅଧୟନରତ ଛାତ୍ର ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଜୁନିୟର ଅଣ୍ଡର ଅଫିସର ଲକିନାଥ କିର୍ଷାନି ଆଗ୍ରା ସ୍ଥିତ ଭାରତୀୟ ବାୟୁସେନା ଶିବିରରେ ନମଭେମ୍ବର ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଯୁଦ୍ଧ ଜାହାଜରେ ବିଭିନ୍ନ ରଣ କୌଶଳ ପ୍ରଶିକ୍ଷଣ ଲାଭ କରିବା ସହ ଆକାଶରରେ ପାରଚ୍ୟୁଟ ଦ୍ଵାରା ଉଡିବା ଆଦି ତାଲିମ ଗ୍ରହଣ କରି ଦୃଢ ଇଛା ଶକ୍ତି ଯୋଗୁଁ ଓଡିଶାର ପ୍ରଥମ ଯୁବକ ରୂପେ ଏହି ତାଲିମ କୁ ସଫଳତାର ସହ ଗ୍ରହଣ କରି କୃତିତ୍ଵ ଲାଭ କରିଥିବା ସହ ନିଜେ ଆକାଶରେ ଯୁଦ୍ଧ ଜାହାଜରୁ ପରାଚ୍ୟୁଟରେ ଅବତରଣ କରି ଅସିମ ସାହସର ପରିଚୟ ଦେଇ ପାରିଛନ୍ତି । ତାଙ୍କର ଏହି କୃତିତ୍ଵ ପାଇଁ ଆଜି ତାଙ୍କୁ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ଷଡ଼ଙ୍ଗୀ , ଅଧ୍ୟାପକ ଡ. ରଞ୍ଜନ କୁମାର ସ୍ଵାଇଁ, ଏ ଏନ ଓ ସୁଶାନ୍ତ କୁମାର ମାଝି, ଅଧ୍ୟାପକ ଗୌତମ ନାୟକ, ଉମେଶ ଚନ୍ଦ୍ର ରାଉତ, ମନୋରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଛ ଦେଇ ଲକିନାଥଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

1 thought on “ଗ୍ଲାଇଡଙ୍ଗରେ ଉତ୍ତୀର୍ଣ୍ଣ ହୋଇ ଆକାଶରେ ଉଡିଲେ ବଣ୍ଡା ଯୁବକ ଲକିନାଥ…

Leave a Reply

Your email address will not be published. Required fields are marked *