Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଜନ୍ମ ଦିଵସ ପାଳନ

1 min read

ବ୍ରହ୍ମପୁର (ସଖପ୍ର): ତା୨/୧୦/୨୧ରିଖ ଶନିବାର ଦିନ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଜନ୍ମ ଦିଵସ ପାଳନ ହେବା ସହିତ ସ୍ୱଚ୍ଛ ଭାରତ ଅଭିଯାନ ମଧ୍ଯ କରାଯାଇଥିଲା । ଅଧ୍ଯକ୍ଷା ଶ୍ରୀମତୀ ମଧୁସ୍ମିତା ପରିଡ଼ା ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ପରିବେଶ ତଥା ଦେଶକୁ ସ୍ୱଚ୍ଛ ରଖିବା ପାଇଁ ଉଦବୋଧନ ଦେଇଥିଲେ ଏବଂ ବିଦ୍ଯାଳୟର ଶ୍ରୁଙ୍ଖଳା ବିଷୟରେ ମଧ୍ଯ ଗୁରୁତ୍ବ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ପ୍ଲା କାର୍ଡ ଧରି ସ୍ବଚ୍ଛ ଭାରତର ନାରା ଦେଇ ରାସ୍ତା ପରିକ୍ରମା କରିଥିଲେ। ଏହି ଅବସରରେ ବିଦ୍ଯାଳୟର ପୂର୍ବତନ ଛାତ୍ରଛାତ୍ରୀ ମାନେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ଜଣାଇ ଏକ ସଭାର ଆଯୋଜନ କରିଥିଲେ। ଉକ୍ତ ସଭାରେ ଗଣିତଜ୍ଞ ଶ୍ରୀଯୁକ୍ତ ଏ. କେ ସାହୁ ମୁଖ୍ଯ ଅତିଥି, ରସାୟନବିଦ୍ ଶ୍ରୀଯୁକ୍ତ ପି. ସି ସାହୁ, ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ଓ ସଂପାଦିକା ଶ୍ରୀମତୀ ଅନୀତା କୁମାରୀ ପାଢ଼ୀ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ପୂର୍ବତନ ଛାତ୍ରଛାତ୍ରୀ ମାନେ ଗୋଲାପ ଫୁଲ ଦେଇ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଏବଂ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଚିଠା ଉଠାଣ ମାଧ୍ଯମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଥିଲେ। ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଧ୍ଯକ୍ଷା ଶ୍ରୀମତୀ ମଧୁସ୍ମିତା ପରିଡ଼ାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟିକୁ ଅତି ଉତ୍ସାହର ସହ ପରିଚାଳନା କରିଥିଲେ।

ବ୍ରହ୍ମପୁର ପ୍ରତିନିଧି ନିବାସୀ ଗୌଡ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *