Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ଶପଥ ପାଠ ଉତ୍ସବ ଅନୁଷ୍ଠିତ

1 min read

ଜୟପୁର ୨୧/୧ (ସଖପ୍ର):ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ତୀଵ୍ର ହେବ ବୋଲି ଆଜି ଅତିଥି ମାନେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ଶପଥ ପାଠ ଉତ୍ସବରେ ମତ ବ୍ୟକ୍ତ କରିଛନ୍ତି । ମୁଖ୍ୟ ଅତିଥି ରହିଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, ପୂର୍ବରୁ ସାମ୍ବାଦିକଙ୍କ ସ୍ୱାର୍ଥ ନେଇ ବାରମ୍ବାର ବିଧାନସଭାରେ ପ୍ରଶ୍ନ ହୋଇଛି, ଯାହାକୁ ଶାସକ ବିଧାୟକ ମାନେ ବି ସମର୍ଥନ ଦେଇଛନ୍ତି, ପୁଣି ଆଗାମୀ ଦିନରେ ବି ଅନେକ ଦାବି ରହିଛି, ଯାହା ବିଧାନସଭାରେ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନର ସରକାର ସ୍ୱାସ୍ଥ୍ୟ ବୀମା ଏବଂ କୋଭିଡ ସମୟରେ ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେଇଥିଲେ ବି ଅନେକ ଦାବୀକୁ ଗୁରୁତ୍ୱ ପ୍ରଦାନ କରିନାହାନ୍ତି, ଏହା ତୁରନ୍ତ କାର୍ଯ୍ୟକାରୀ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ସଂଘର ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରହିଥିବା ପ୍ରେସ କାଉନସିଲ ଅଫ ଇଣ୍ଡିଆ ସଦସ୍ୟ ତଥା ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି କହିଥିଲେ ଯେ, ଆଗାମୀ ଦିନର ସାମ୍ବାଦିକ ଆନ୍ଦୋଳନ ବାହିନୀପତିଙ୍କ ପରାମର୍ଶ କ୍ରମେ ହେବ । ଓୟୁଜେ ରାଜ୍ୟର ପ୍ରତ୍ୟେକ ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ଦୀର୍ଘ ୫୧ ବର୍ଷ ହେଲା ଅହରହ ଉଦ୍ୟମ ଜାରି ରଖିଛି, ଯାହାର ବିକଳ୍ପ ରାଜ୍ୟରେ ନାହିଁ, ସରକାର ମଧ୍ୟ ଆମ ଅନୁଷ୍ଠାନର କଥାକୁ ଗୁରୁତ୍ୱ ଦିଅନ୍ତି, ଆଗାମୀ ଦିନରେ ସ୍ୱାସ୍ଥ୍ୟ ବୀମା ୫ ଲକ୍ଷ ହେଉଥିବା ସରକାର ଆଭାସ ଦେଲେଣି ବୋଲି କହିବା ସହ ଅନ୍ୟ ଦାବି ପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ସମ୍ମାନିତ ଅତିଥି କୋରାପୁଟ ବ୍ୟାଙ୍କ ଅଧ୍ୟକ୍ଷ ଇଂ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ରାଜ୍ୟ ସରକାର କିଭଳି ଗଣମାଧ୍ୟମ ଏବଂ ଏହାର ପ୍ରତିନିଧିମାନଙ୍କୁ ଗୁରୁତ୍ୱ ଦିଅନ୍ତି କହିବା ସହ ସେମାନଙ୍କ ପାଇଁ ରହିଥିବା ସୁବିଧା ସମ୍ପର୍କରେ କହିଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ସୁରେଶ ନାଇଡୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ସମାଜରୁ ଦୁର୍ନୀତି ହଟାଇବାରେ ଗଣମାଧ୍ୟମର ରହିଥିବା ଭୂମିକା ସମ୍ପର୍କରେ କହିଥିଲେ । ନବ ନିର୍ବାଚିତ ସଭାପତି ଦିଲିପ ମହାନ୍ତି ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ ପାଇଁ କୋରାପୁଟ ଠାରେ ଏକ ସାମ୍ବାଦିକ ଭବନ ନିର୍ମାଣ ଘୋଷଣା କରିଥିବା ବେଳେ ନିର୍ବାଚନ ଅଧିକାରୀ ତଥା ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶଶଧର ରାଉତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ମଂଚାସିନ ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ପଙ୍କଜ ପାତ୍ର, ସଂଗଠନ ସମ୍ପାଦକ ମନୋଜ ପଟନାୟକ, ମୁଖ୍ୟ ପୃଷ୍ଟପୋଷକ ଭବାନୀ ଶଙ୍କର ମିଶ୍ର, ଉପଦେଷ୍ଟା ପରୀକ୍ଷିତ ବିଶ୍ୱାଳ ପ୍ରମୁଖ ସଙ୍ଗଠନ ଉପରେ ଆଲୋକପାତ କରିଥିଲେ । ଆଗ ଧାଡ଼ିର ଗଣମାଧ୍ୟମ ବ୍ୟକ୍ତିତ୍ୱ ରାକେଶ ପାଢ଼ୀ ଏବଂ ଜିତେନ୍ଦ୍ର ମିଶ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କଲ୍ୟାଣ ଅଧ୍ୟକ୍ଷ ଟି ଗୋୖରୀ ଶଙ୍କର, କାର୍ଯ୍ୟକାରୀ ସଭାପତି ରଞ୍ଜନ ଦାଶ, ସଂଗଠନ ସମ୍ପାଦକ ପରମେଶ୍ୱର ସାହୁ, ଯୁଗ୍ମ ସମ୍ପାଦକ ତ୍ରିନାଥ ଖରାଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିବା ବେଳେ ଉପସଭାପତି ପ୍ରତାପ ନିମାଲ, ଅମିତାଭ ବେହେରା, ସମ୍ପାଦକ କଳ୍ପତରୁ ମହାନ୍ତି, ରାଜଶେଖର ରାଓ, ସୁରେଶ ଲମ୍ବତା, କୋଷାଧ୍ୟକ୍ଷ ଭଗବତୀ ଆଚାରୀ, ଜାତୀୟ ସଦସ୍ୟ ଘନଶ୍ୟାମ ରଥଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସହ ସମ୍ପାଦକ ସୁବ୍ରତ ମହାନ୍ତି, ଚନ୍ଦ୍ରକାନ୍ତ ସୁତାର, ଜ୍ଞାନଚାନ୍ଦ ଜଗନ୍ନାଥ, ତୁଳସୀ ବେହେରା ପ୍ରମୁଖ ମୁଖ୍ୟବକ୍ତା ଶ୍ରୀ ମହାନ୍ତିଙ୍କୁ ଗଣେଷଙ୍କ କାଠମୂର୍ତ୍ତି ପ୍ରଦାନ କରିଥିଲେ । ଗଜେନ୍ଦ୍ର ସାହ, ହେମନ୍ତ ପାଣିଗ୍ରାହୀ, ତୁଳସୀ ବେହେରା, ପ୍ରଶାନ୍ତ ମହାନ୍ତି,ତୁଷାର କାନ୍ତ ମହାନ୍ତି, ସୁବାଶିସ ନାୟକ,ଭାନୁ ପ୍ରତାପ ନାୟକ, ନିକୁଞ୍ଜ ସାମଲ, ରୂପ ଖରା,ଦଶରଥ ମାଛ,ବାବୁଲା ଖିଲ,ରଞ୍ଜିତ ଖରା,ଶରତ ଧଳ,ତ୍ରିନାଥ ଖରା,ପ୍ରଣୟ ପଟନାୟକ,ପଵିତ୍ର ସେଠି,ସଞ୍ଜିବ କୁମାର ବାଙ୍ଗାରି,କଳ୍ପତରୁ ମହାନ୍ତି,ଶରତ ନାୟକ,ଯୁଧିଷ୍ଠିର ବାଘ,ମିନା ବେବାର,ଅମରେଶ ପରିଛା, ପ୍ରିୟ ହାଲବା,ଘନଶ୍ୟାମ ରଥ,ଅଜୟ ବିଶ୍ୱାଳ,ପରମେଶ୍ୱର ସାହୁ,ପ୍ରମୋଦ ଜେନା,କୃଷ୍ଣଚନ୍ଦ୍ର ଗୋଲରୀ,ସୁରେଶ ଲମତା,କପିଳେନ୍ଦ୍ର ସାମନ୍ତରାୟ,ଶିବ ବିଷୋୟୀ,ପ୍ରତାପ ନିମାଲ,ଅମିତାଭ ବେହେରା,କେ ସନ୍ତୋଷ ପାତ୍ର,କାଳୀ ପଟନାୟକ,ଗୋବିନ୍ଦରାଜୁ ସୁବୁଦ୍ଧି, ଗୋପୀନାଥ ହଞ୍ଜରିଆ,କ୍ଷୀରଦ ଭୋଳ,ch ଭଗବତୀ ଆଚାରୀ, ସୌମ୍ୟରଞ୍ଜନ ସାହୁ,ଅରୁଣ ଦାସ, S ସିତମ କୁମାର,ତ୍ରିଲୋଚନ ମହାରଣା,ରମେଶ ଭତ୍ରା,ଉଦୟ କୁମାର, ଟି ଗୌରୀ ଶଙ୍କର,S ସନ୍ତୋଷ କୁମାର,ମନୋଜ ନାୟକ, ତ୍ରିନାଥ ପଟନାୟକ,କୃଷ୍ଣଚନ୍ଦ୍ର ସ୍ବାଇଁ,ପରୀକ୍ଷିତ ବିଶ୍ୱାଳ,ଅଞ୍ଜନ ପାତ୍ର,ପିଣ୍ଟୁ ସାହୁ, କୃଷ୍ଣ ସଁ,ସୁମିତ ରାଓ,ଗୁପ୍ତ ଦାସ,ସୌମେନ୍ଦ୍ର ପଟନାୟକ,ମଙ୍ଗଳା ଗୋଲରୀ,ଭକ୍ତ ବାଙ୍କିଆ,ମନୋଜ ନାୟକ,ସମୁଏଲ ଖେମୁଣ୍ଡୁ,ପତି ମୁଠାଇ, ଜିତେନ୍ଦ୍ର ମିଶ୍ର,ଭେଙ୍କେଟେଶ୍ୱର ରାଓ, ଅବଦୁଲ ରସିଦ,କୃଷ୍ଣ ଗୋଲାରୀ, ସୁନୀଲ କ୍ଷତ୍ରିୟ, ମନୋଜ ପଟନାୟକ,ରାଜେନ୍ଦ୍ର ଗୌଡ଼,ଟୁନା ପାତ୍ର,କାର୍ଣ୍ଣାଟ କେଶରୀ ସାମଲ,ସୂର୍ଯ୍ୟ ନାରାୟଣ ପଣ୍ଡା, ସ୍ୱସ୍ତିକ ମିଶ୍ର, ନୀଳ ମାଧବ ରଥ,ସନ୍ତୋଷ ପାତ୍ର,ମିନା ହନ୍ତାଳ, ଶ୍ରୀକାନ୍ତ ଚୌଧୁରୀ,ମେଘା ଗୁଣ୍ଠା,ଗୁରୁ ପ୍ରସାଦ ସାମଲ,ସନ୍ତୋଷ ଦାସ,ବାଦଲ ପଟନାୟକ,ରାଜକିଶୋର,ପ୍ରମୋଦ ପଣ୍ଡା,କୁର୍ମା ରାଓ,ମନୋଜ ବାବୁ ପଟନାୟକ,ରଜତ ବାଘ,ମଦନ ସାହୁ, ch ସାନ୍ତାକର,କିଶୋର ଦାସ,ଅଜିତ ପଣ୍ଡା,ସୁନିଲ ମଙ୍ଗରାଜ,ଅମିତ ହୋତା,ତ୍ରିନାଥ ନାୟକ,ପ୍ରସନ୍ନ ଦାସ,ସରୋଜିନୀ ଆଚାର୍ଯ୍ୟ,ପ୍ରଦୀପ ପାତ୍ର, ସନ୍ତୋଷ ପଲାଇ,ସୁରଜିତ ବିଶ୍ୱାଳ,ନାରାୟଣ କୂଳଦୀପ,କାଶବର୍ଷଣ ଭତ୍ରା, ଅରୁଣ କୁମାର,ନରସିଂହ ପଟନାୟକ,ବିଜୟ ଦଳାଇ,ମନୋଜ ଦାସ,ପ୍ରଭାତ ସୁତାର,ଜଗଦୀଶ ସାହୁ,କାର୍ତିକ ନାୟକ,ନରସିଂହ ଚୌଧୁରୀ,ଆର କେ ରାୟ,ସୁରେନ୍ଦ୍ର ଖୋସଲା,ଟୁଟୁ ପଣ୍ଡା,ପ୍ରମୋଦ କୁମାର ସାହୁ, ଆର.କେ. ମହାପାତ୍ର,ରାମନାଥ ସାହୁ,ହରେଶ କୁମାର ଖିଲ,ବାପୁଜି ପାତ୍ର ପ୍ସମୁଖ ସଭ୍ୟମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ ଆଇନ ଉପଦେଷ୍ଟା ଵାଲା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *