Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ମନୋନୟନ

1 min read

କୋରାପୁଟଜିଲ୍ଲା (ସଖପ୍ର):କୋରାପୁଟ ସାମ୍ବାଦିକ ସଂଘର ଦ୍ବିବାର୍ଷିକ କର୍ମ କର୍ତ୍ତା ନିର୍ବାଚନ ତଥା ସାଧାରଣ ଅଧିବେଶନ ବୁଧବାର ସ୍ଥାନୀୟ ତେଲେଙ୍ଗିରି ଡେମ୍ ନିକଟସ୍ଥ ରାଣୀଗଡ଼ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏନେଇ ପ୍ରଥମେ ଏକ ବୈଠକ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ସୁନାବେଡା ପୌରାଧ୍ୟକ୍ଷ ଡ. ରାଜେନ୍ଦ୍ର ପାତ୍ର ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପରୀକ୍ଷତ ବିଶ୍ବାଳ, ରାଜ୍ୟ ସଂଗଠନ ସମ୍ପାଦକ ବାରିଜ ପଟନାୟକ, ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ସଂଘର ସାଧାରଣ ସଂପାଦକ ରାଜେନ୍ଦ୍ର କୁମାର ଗୌଡ଼, ଜିଲ୍ଲା ନିର୍ବାଚନ ଅଧିକାରୀ ଶଶଧର ରାଉତ, ଆଇନ ପରାମର୍ଶଦାତା ବାଲା ରାୟ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ବାହିନୀପତି ରାଜ୍ୟ ସରକାର ସାମ୍ବାଦିକଙ୍କ ସୁରକ୍ଷା ଓ ଊନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ଦାବୀ କରିଥିଲେ। ମଞ୍ଚାସୀନ ସମସ୍ତ ଅତିଥି ଓୟୁଜେ ଓ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ବିଭିନ୍ନ ଗଠନ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ସେହିପରି ରାଜ୍ୟ ସଭାପତି ତଥା ଜାତୀୟ ମହାସଚିବ ପ୍ରସନ୍ନ କୁମାର ମହାନ୍ତି ଆଭାସୀ ମାଧ୍ୟମରେ ସମସ୍ତ ନବଗଠିତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଓୟୁଜେ ସଦାସର୍ବଦା ରାଜ୍ଯ ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କ ଦାବୀ ଉଠାଇ ଆସିଛି ବୋଲି କହିଥିଲେ। ପରେ ନିର୍ବାଚନ ଅଧିକାରୀ ଶଶଧର ରାଉତ ମନୋନୀତ ସମସ୍ତ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିଥିଲେ। ଏଥିରେ ପରାମର୍ଶଦାତା ଭାବେ ପରୀକ୍ଷିତ ବିଶ୍ଵାଳ, ଶରତ ନାୟକ ଥିବା ବେଳେ, ମୁଖ୍ୟ ପୃଷ୍ଠପୋଷକ ଭାବେ ଭବାନୀ ଶଙ୍କର ମିଶ୍ର, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶଶଧର ରାଉତ, କଲ୍ୟାଣ ବୋର୍ଡ ଅଧ୍ୟକ୍ଷ, ଟି. ଗୋୖରୀ ଶଙ୍କର, ସଭାପତି- ଦିଲିପ ମହାନ୍ତି, କାର୍ଯ୍ୟକାରୀ ସଭାପତି, ରଞ୍ଜନ କୁମାର ଦାସ, ଉପସଭାପତି, ଗୋବିନ୍ଦ ରାଜୁ ସୁବୁଦ୍ଧି, ପ୍ରତାପ ନିମାଲ ଓ ଅମିତାଭ ବେହେରା, ସାଧାରଣ ସମ୍ପାଦକ ଭାବେ ପୁନର୍ବାର ରାଜେନ୍ଦ୍ର କୁମାର ଗୌଡ଼, ସଙ୍ଗଠନ ସମ୍ପାଦକ ପରମେଶ୍ୱର ସାହୁ, ସମ୍ପାଦକ କଳ୍ପତରୁ ମହାନ୍ତି, ଶରତ ଧଳ, ରାଜଶେଖର ରାଓ, ଯୁଗ୍ମ ସମ୍ପାଦକ ତ୍ରିନାଥ ଖରା, ସହ ସମ୍ପାଦକ ସୁରେଶ ଲମତା, ସୁବ୍ରତ ମହାନ୍ତି, କୃଷ୍ଣଚନ୍ଦ୍ର ସ୍ବାଇଁ, କୋଷାଧ୍ୟକ୍ଷ- ଭଗବତୀ ଆଚାରୀ ଓ ଆଇନ ପରାମର୍ଶଦାତା ଭାବେ ଜୟନ୍ତ ମିଶ୍ର, ଵାଲା ରାୟଙ୍କୁ ମନୋନୀତ କରାଯାଇଛି। ଏଥିସହିତ ୧୧ ଜଣିଆ ଏକ କାର୍ଯ୍ଯକାରିଣୀ ସଦସ୍ଯ ମଣ୍ଡଳୀ ଗଠନ କରାଯାଇଛି। ଏଥିରେ ପ୍ରମୋଦ ଜେନା, ଯୁଧିଷ୍ଠିର ବାଘ, ଅମରେଶ ପରିଛା, ଗଜେନ୍ଦ୍ର ସାହୁ, କ୍ଷୀରୋଦ ଚନ୍ଦ୍ର ଭୋଳ, ପ୍ରଶାନ୍ତ ଦାସ, କୃଷ୍ଣଚନ୍ଦ୍ର ସଁ, ରଜତ ବାଘ, ତୁଷାର କାନ୍ତ ମହାନ୍ତି, ଶ୍ରୀକାନ୍ତ ଚୌଧୁରୀ ପ୍ରମୁଖ ରହିଛନ୍ତି । ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ 150ରୁ ଅଧିକ ସାମ୍ବାଦିକ ଯୋଗ ଦେଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *