Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦୁଇମାସ ପାଇଁ କୋରାପୁଟ ଜଗନ୍ନାଥ ମନ୍ଦିରର ସଂପାଦକ ଦାୟିତ୍ୱ ନେଲେ ଜଗବନ୍ଧୁ

1 min read


କୋରାପୁଟଜିଲ୍ଲା ୧୮/୧୦(ସଖପ୍ର): କୋରାପୁଟ ଜଗନ୍ନାଥ ମନ୍ଦିରର ଅସ୍ଥାୟୀ ସଂପାଦକ ଭାବେ କମିଟିର ଯୁଗ୍ମ ସଂପାଦକ ଜଗବନ୍ଧୁ ସାମଲଙ୍କୁ ମନୋନୀତ କରାଯାଇଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଆଜି ଆଦିବାସୀ ସଂଗ୍ରହାଳୟ ସଭାଗୃହ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ୱତଃ ପ୍ରବୃତଭାବରେ ଗଦାଧର ପରିଡା ଇସ୍ତଫା ଦେବେ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ଏତଦ୍ ବ୍ୟତୀତ ଶ୍ରୀ ସାମଲଙ୍କୁ ସଂପାଦକ ଦାୟିତ୍ୱ ଶ୍ରୀ ପରିଡା ହସ୍ତାନ୍ତର କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ୨ ମାସ ପାଇଁ ଶ୍ରୀ ସାମଲ ସଂପାଦକ ଦାୟିତ୍ୱ ତୁଲାଇବେ ଏବଂ ଏହି ସମୟ ମଧ୍ୟରେ ସାଧାରଣ ପରିଷଦ ଓ ନିର୍ବାଚନ ନିମନ୍ତେ ପଦକ୍ଷେପ ନିଆଯିବ । ଲଲାଟେନ୍ଦୁ ଦେଓ ଓ ଭୀମସେନ ଜେନା ଅସ୍ଥାୟୀ ସଂପାଦକଙ୍କୁ ସହଯୋଗ କରିବେ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି। ଏହି ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି,ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ ,କୋରାପୁଟ ବିଧାୟକ ରଘୁରାମ ପଡାଲ ,ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଲଲାଟେନ୍ଦୁ ଦେଓ, ତ୍ରୀନାଥ ପାତ୍ର, ତ୍ରିଲୋଚନ ଶତପଥି, ଅରୁଣ ଦାସ, ଭୀମସେନ ଜେନା, ଉମାକାନ୍ତ ଦାସ ,ପି.ସି.ମହାପାତ୍ର, ଗଦାଧର ପରିଡା,ପି.ସି.ମିଶ୍ର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଅନେକ ବର୍ଷ ହେବ ସଂପାଦକ ନିର୍ବାଚନ ଓ ସାଧାରଣ ପରିଷଦ ବୈଠକକୁ ନେଇ ଯେଉଁ ବିବାଦ ରହିଥିଲା ତାହାର ଆଜି ଅନ୍ତ ଘଟିଛି ବୋଲି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀ ଇଶ୍ୱର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *